ବାତ୍ୟାରେ ଲୋକଙ୍କୁ ସହାୟତା କରିବା ପାଇଁ ଭଦ୍ରକ ଓ ବାଲେଶ୍ବରରେ ସ୍ମାଇଲ୍‌ ଫୋର୍ସ ଟିମ୍

Advertisment
ବାତ୍ୟାରେ ଲୋକଙ୍କୁ ସହାୟତା କରିବା ପାଇଁ ଭଦ୍ରକ ଓ ବାଲେଶ୍ବରରେ ସ୍ମାଇଲ୍‌ ଫୋର୍ସ ଟିମ୍

ଭୁବନେଶ୍ବର : କରୋନାର ଦ୍ବିତୀୟ ଲହର ରାଜ୍ୟରେ କାୟା ବିସ୍ତାର କରୁଥିବା ବେଳେ ଏବେ ବାତ୍ୟା ୟାସ୍‌ ଭୟଙ୍କର ରୂପରେ ମାଡ଼ି ଆସୁଛି। ଉତ୍ତର ଓଡ଼ିଶାରେ ଏହା ବିଶେଷ କ୍ଷୟକ୍ଷତି କରିବ ‌ବୋଲି ଆଶଙ୍କା କରାଯାଉଥିବାରୁ ଲୋକଙ୍କୁ ସୁରକ୍ଷିତ ଜାଗାକୁ ବିସ୍ଥାପିତ କରାଯାଉଛି। ଏଭଳି ସମୟରେ ଅଭିନେତା ସବ୍ୟସଚୀ ମିଶ୍ର ଓ ତାଙ୍କ ଟିମ୍ ସ୍ମାଇଲ୍ ଫୋର୍ସ ଏଠାରେ ପହଞ୍ଚି ବିସ୍ଥାପିତ ଲୋକଙ୍କୁ ଶୁଖିଲା ଖାଦ୍ୟ ବଣ୍ଟନ କରିଛନ୍ତି।

ଭଦ୍ରକ, ବାଲେଶ୍ବର, ଜଳେଶ୍ବର ସମେତ ବାତ୍ୟା ପ୍ରବଣ ତଳିଆ ଅଞ୍ଚଳ ଓ ଭୁବନେଶ୍ବରର କିଛି ବସ୍ତିରେ ଚୁଡ଼ା, ରୁଟି, ବିସ୍କୁଟ୍ ଆଦି ବଣ୍ଟନ କରାଯାଇଛି। ତେବେ ଏହି କାମକୁ ଅଧିକ ବ୍ୟାପକ କରିବା ପାଇଁ ଦ ଓଡ଼ିଶା ସୋସାଇଟି ଅଫ୍ ଦି ଆମେରିକାସ୍(ଓଏସ୍‌ଏ) ଓ ହେଲ୍ଥ ଆଣ୍ଡ୍ ୱେଲନେସ୍ ଗ୍ରୁପ୍(ଏଚ୍‌ଡବ୍ଲୁଜି) ରାଜ୍ୟରେ ଲୋକଙ୍କୁ ସାହାଯ୍ୟ କରିବାକୁ ପ୍ରତିଶ୍ରୁତି ଦେଇଛି। ବିଭିନ୍ନ ଉପାୟରେ ଲୋକଙ୍କ ପାଖରେ ଖାଦ୍ୟ ସାମଗ୍ରୀ, ରାସନ୍, ଔଷଧ ଆଦି ପହଞ୍ଚାଇବାକୁ ଏହି ସଂସ୍ଥା ସହଯୋଗର ହାତ ବଢ଼ାଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe