ଅଭିଯୁକ୍ତ ଗିରଫ ହେବା ପରେ ବି ଅସନ୍ତୋଷ ଜାରି; ସିବିଆଇ ତଦନ୍ତ ଦାବି କଲେ ସ୍ମିତାରାଣୀଙ୍କ ବାପା, ୨୧ରେ ଯାଜପୁର ଜିଲ୍ଲା ବନ୍ଦ ଡାକରା

Advertisment
ଅଭିଯୁକ୍ତ ଗିରଫ ହେବା ପରେ ବି ଅସନ୍ତୋଷ ଜାରି; ସିବିଆଇ ତଦନ୍ତ ଦାବି କଲେ ସ୍ମିତାରାଣୀଙ୍କ ବାପା, ୨୧ରେ ଯାଜପୁର ଜିଲ୍ଲା ବନ୍ଦ ଡାକରା

ଯାଜପୁର/ଧର୍ମଶାଳା: ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ୍‌ ହରିଦାସପୁର ପଞ୍ଚାୟତର ଭିଏଲଡବ୍ଲୁ ସ୍ମିତାରାଣୀ ବିଶ୍ୱାଳଙ୍କ ମୃତ୍ୟୁକୁ ନେଇ ସରପଞ୍ଚ ମଧୁସ୍ମିତା ଭଦ୍ରଙ୍କ ସ୍ୱାମୀ ରୂପେଶ ଭଦ୍ରଙ୍କୁ ଧର୍ମଶାଳା ପୁଲିସ ଆତ୍ମହତ୍ୟା ପାଇଁ ପ୍ରବର୍ତ୍ତାଇବା ଅଭିଯୋଗରେ ଶନିବାର ଗିରଫ କରିଛି।

publive-image

ତେବେ ଅଭିଯୁକ୍ତ ରୂପେଶ ଭଦ୍ର ଗିରଫ ହେବା ପରେ ବି ଅସନ୍ତୋଷ ଜାରି ରହିଥିବା ଦେଖିବାକୁ ମିଳିଛି। ସ୍ମିତାରାଣୀ ବିଶ୍ୱାଳଙ୍କ ବାପା ସଦାନନ୍ଦ ବିଶ୍ୱାଳ ପୁଲିସ ଦେଇଥିବା ତଥ୍ୟରେ ଏକମତ ନୁହନ୍ତି ବୋଲି କହିଛନ୍ତି। ଏଥି ସହ ସେ ଗଣମାଧ୍ୟମକୁ କହିଛନ୍ତି,  ତାଙ୍କ ଝିଅ ବହୁତ ସାହାସୀ। ସେ ଏଭଳି ଆତ୍ମହତ୍ୟା କେବେ ବି କରି ପାରି ନଥିବ। ତାକୁ ଆତ୍ମହତ୍ୟା ପାଇଁ ବାଧ୍ୟ କରାଯାଇଛି। ଝିଅର ହତ୍ୟା ଘଟଣାରେ ୫ଜଣ ସମ୍ପୃକ୍ତ ଥିଲେ। ତେବେ ଜଣଙ୍କୁ ଗିରଫ କରି ଅନ୍ୟ ୪ଜଣଙ୍କୁ କାହିଁକି ଛାଡି ଦିଆଯାଇଛି? ଝିଅର ମୃତ୍ୟୁର  ସିବିଆଇ ତଦନ୍ତ ଦାବି କରିବା ସହିତ ରୂପେଶ ଭଦ୍ରଙ୍କ ଗେଷ୍ଟହାଉସ୍‌ରୁ କାହିଁକି ସିସିଟିଭିକୁ ହଟାଇ ଦିଆଯାଇଛି ବେଲି ପ୍ରଶ୍ନ ଉଠାଇଛନ୍ତି ସଦାନନ୍ଦ।

publive-image

ଏପଟେ ତୁରନ୍ତ ହରିଦାସପୁର ପଞ୍ଚାୟତର ଭିଏଲଡବ୍ଲୁ ସ୍ମିତାରାଣୀ ବିଶ୍ୱାଳଙ୍କ ମୃତ୍ୟୁର ନେଇ ସିବିଆଇ ତଦନ୍ତ କରାଯାଉ ଦାବି ଜଣାଇ ବିଜେପି ଆସନ୍ତା ୨୧ରେ ୧୨ ଘଣ୍ଟିଆ ଯାଜପୁର ଜିଲ୍ଲା ବନ୍ଦ ଡାକରା ଦେଇଛି। ଆଜି ଯାଜପୁରରେ ଏକ ସାମ୍ବାଦିକ ସମ୍ମିଳନୀ କରି  ଜିଲ୍ଲା ବିଜେପି ସଭାପତି ଗୌତମ ରାୟ ସୂଚନା ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe