ସ୍ମିତାରାଣୀ ରହସ୍ୟଜନକ ମୃତ୍ୟୁ ଘଟଣା : ଜେଲ୍‌ରେ ରୂପେଶଙ୍କ ଦରବାର

ପୁଲିସ ତଦନ୍ତରେ କେଁ: ପୁରୁଣା ଫଟୋକୁ ଧରିଛି, ସିସି ଫୁଟେଜ୍ ଗିଳିଛି, ସ୍ମିତାରାଣୀଙ୍କ ଶାଶୂଘରେ ବି ପୁଲିସ ପହରା

ସ୍ମିତାରାଣୀ ରହସ୍ୟଜନକ ମୃତ୍ୟୁ ଘଟଣା : ଜେଲ୍‌ରେ ରୂପେଶଙ୍କ ଦରବାର

ଯାଜପୁର : ଯାଜପୁରର ରଗଡ଼ି ଜେଲ୍‌ରେ ରୂପେଶ ଭଦ୍ରଙ୍କୁ ରାଜକୀୟ ଚର୍ଚ୍ଚାରେ ଆପ୍ୟାୟିତ କରାଯାଉଛି। ଜେଲ୍‌ର ଚାରିକାନ୍ଥ ଭିତରେ ତାଙ୍କୁ ସବୁପ୍ରକାର ସୌଖୀନ ସାମଗ୍ରୀ ଯୋଗାଇ ଦିଆଯାଉଛି। ଖାଇବା ପାଇଁ ଷ୍ଟାର୍‌ ହୋଟେଲ୍‌ରୁ ରୁଚିକର ଭୋଜନ ମିଳୁଛି। ତାଙ୍କ ସହଯୋଗୀ ବି ଅବାଧରେ ଭେଟି ପାରୁଛନ୍ତି। ଖାଲି ସେତିକି ନୁହେଁ, ଜେଲ୍‌ରେ ବି ସେ ଦରବାର ଚଳାଉଛନ୍ତି। ବହୁଚର୍ଚ୍ଚିିତ ହରିଦାସପୁର ପିଇଓ ସ୍ମିତାରାଣୀ ରହସ୍ୟଜନକ ମୃତ୍ୟୁ ଘଟଣାରେ ଗିରଫ ରୂପେଶଙ୍କୁ ନେଇ ଆଜି ଏହିଭଳି ଚର୍ଚ୍ଚା ଲାଗି ରହିଛି।

ହସ୍ତଗତ ତଥ୍ୟ ଅନୁସାରେ, ଆଜି ରବିବାର ସତ୍ତ୍ବେ ରୂପେଶଙ୍କ ପାଇଁ ରଗଡ଼ି ଜେଲ ଫାଟକ ବେଶ୍‌ ଚଳଚଞ୍ଚଳ ହୋଇ ଉଠିଥିଲା। ଭଳିକି ଭଳି ଦାମୀ କାର୍‌ ଲାଗିଥିଲା। ୧୩୮କୋଟି ଜିଏସଟି ଠକେଇ ଘଟଣାରେ ଗିରଫ ହୋଇ ଏହି ଜେଲରେ ଥିବା ରାମଚନ୍ଦ୍ର ମଲିକଙ୍କ ସହିତ ରୂପେଶଙ୍କୁ ସ୍ବତନ୍ତ୍ର କୋଠରିରେ ରଖାଯାଇଛି। ଏହି ତଥ୍ୟରୁ ଆହୁରି ଜଣାପଡ଼ିଛି ଯେ, ଜେଲ୍‌ରେ ରୂପେଶଙ୍କ ପାଇଁ ସ୍ବତନ୍ତ୍ର ସୁବିଧା ଯୋଗାଇ ଦିଆଯାଉଛି। ହୋଟେଲର ସୁସ୍ବାଦୁ ଖାଦ୍ୟ, ପାନୀୟ ସହିତ ତାଙ୍କର ବ୍ରାଣ୍ଡ ସିଗାରେଟ୍ ମଧ୍ୟ ରୀତିମତ ଯୋଗାଣ ଚାଲିଛି। ଏହାକୁ ଲକ୍ଷ୍ୟ କରି ରଗଡ଼ି ବଜାରରେ ଏବେ ରୂପେଶଙ୍କ ଗୁପ୍ତ ନାମ ‘ଇଣ୍ଡିଆ କିଙ୍ଗ୍‌’ ବୋଲି ଚର୍ଚ୍ଚା ହେଉଛି।

ଅନ୍ୟ ବିଚାରାଧୀନ କଏଦୀମାନଙ୍କୁ ଆତ୍ମୀୟମାନେ ଭେଟିବା ପାଇଁ ବହୁ କଟକଣା ଥିବାବେଳେ ରୂପେଶ ଓ ରାମଚନ୍ଦ୍ରଙ୍କ ପାଇଁ ସବୁ ଆଇନକାନୁନ ଫିକା ପଡ଼ିଯାଇଛି। ଏପରିକି ରୂପେଶଙ୍କ ସହଯୋଗୀମାନେ ଜେଲ୍‌ ଭିତରକୁ ଅବାଧରେ ପ୍ରବେଶ କରୁଛନ୍ତି। ଜେଲ୍‌ ଭିତରେ ଏକପ୍ରକାର ଆସର ମଧ୍ୟ ଚାଲିଛି। ଏମିତି ବି ଶୁଣିବାକୁ ମିଳୁଛି ଯେ, ରଙ୍ଗଶାଳା ଭଳି ଜେଲ୍‌ରେ ମଧ୍ୟ ରୂପେଶଙ୍କର ଦରବାର ଚାଲିଛି। ଏଥିରେ ଜେଲ୍‌ର କିଛି କର୍ମଚାରୀ ବି ସହଯୋଗ କରୁଛନ୍ତି। ସେମାନଙ୍କ ସହଯୋଗରେ ଜେଲ୍‌ରେ ସବୁ ମାଦକ ଦ୍ରବ୍ୟ ଠାରୁ ଆରମ୍ଭ କରି ସୌଖୀନ ସାମଗ୍ରୀ ବିନା ବାଧାରେ ମିଳି ଯାଉଥିବା ଜଣାପଡ଼ିଛି।

ମାତ୍ର, ଏହିଭଳି ଶୁଣାଶୁଣି ବା ଅଭିଯୋଗକୁ ଜେଲ୍‌ କର୍ତ୍ତୃପକ୍ଷ ଖଣ୍ଡନ କରିଛନ୍ତି। ଜେଲ୍‌ ସୁପରି‌‌ଣ୍ଟେ‌େଣ୍ଡଣ୍ଟ ଗୋବିନ୍ଦ ଚନ୍ଦ୍ର ସୁର କାହାରିକୁ ଜେଲ୍‌ରେ ସ୍ବତନ୍ତ୍ର ସୁବିଧା ଦିଆଯାଉନି ବୋଲି କହିଛନ୍ତି।

ଅପରପକ୍ଷରେ, ପିଇଓ ସ୍ମିତାରାଣୀ ରହସ୍ୟଜନକ ମୃତ୍ୟୁ ଘଟଣାକୁ ନେଇ ବିରୋଧୀ ଦଳ ପୁଲିସ୍ ଓ ଶାସକ ଦଳକୁ ଘେରିବାକୁ ଯୋଜନାବଦ୍ଧ ରଣନୀତି ଆରମ୍ଭ କରିଥିବା ବେଳେ ଶାସକ ଦଳ ପାଲଟା ଆକ୍ରମଣ ପାଇଁ ସଜବାଜ ହେଉଛି। ସରପଞ୍ଚ ମଧୁସ୍ମିତା ଭଦ୍ରଙ୍କ ସ୍ବାମୀ ରୂପେଶ ଭଦ୍ରଙ୍କ ରଙ୍ଗଶାଳାରେ ସ୍ମିତାରାଣୀଙ୍କ ମୃତ୍ୟୁର ରହସ୍ୟ ଉନ୍ମୋଚନ ଯେତେ ବିଳମ୍ବ ହେଉଛି ରୋଚକପୂର୍ଣ୍ଣ ତଥ୍ୟ ଲୋକଲୋଚନକୁ ଆସିିବାରେ ଲାଗିଛି। ସ୍ମିତାରାଣୀଙ୍କ ମୃତ୍ୟୁଦିନ ରଙ୍ଗଶାଳା, ମେଡ଼ିକାଲ ଓ ଥାନା ସିସି କ୍ୟାମେରା‌ ରେକର୍ଡିଂ ଉଭାନ୍ ହୋଇଯିବା ନେଇ ହେଉଥିବା ଅଭିଯୋଗ ଉପରେ ବୁଦ୍ଧିଜୀବୀ ଓ ବିରୋଧୀଦଳ ଗୁରୁତ୍ବ ଦେଉଥିବା‌େବଳେ ଶାସକ ଦଳ ଏବେ ରୂପେଶ ଓ ସ୍ମିତାରାଣୀଙ୍କ ମଧୁର ସଂପର୍କ ବାହାନାରେ ଘଟଣାକୁ ଚାପିବା ପାଇଁ ରଣନୀତି ଆପଣେଇଛି। ସ୍ମତାରାଣୀ ମୃତ୍ୟୁ ଘଟଣାର ସିବିଆଇ ତଦନ୍ତ ଦାବିରେ ବିଜେପିି ତାର ଆନ୍ଦୋଳନ କାର୍ଯ୍ୟକ୍ରମକୁ ବ୍ୟାପକ କରିଛି। ଆସନ୍ତା ୫ ତାରିଖ ବିଜେପିର ମହିଳା ମୋର୍ଚ୍ଚା ଯାଜପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କରିବ ‌େବାଲି ଘୋଷଣା କରିଛି। ଏଥିନେଇ ଦଳ ପକ୍ଷରୁ ଆଜି ଏକ ପ୍ରସ୍ତୁତି ବୈଠକ ହୋଇଯାଇଛି। ସେହିପରି ଗତକାଲିଠାରୁ ସ୍ମିତାରାଣୀଙ୍କ ଚୋରମୁହାଁ ସ୍ଥିତ ବାପ ଘରେ ପୁଲିସ ପହରା ବ୍ୟବସ୍ଥା କରାଯାଇଥିବା ବେଳେ ଆଜି ଶାଶୂଘର ଗଡ଼ମାଧପୁର ପଞ୍ଚାୟତ ଅନ୍ତର୍ଗତ ଭୁବନପୁର ଠାରେ ପୁଲିସ ପହରା ଦେଉଥିବା ଦେଖିବାକୁ ମିଳିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe