ସ୍ମିତାରାଣୀ ମୃତ୍ୟୁର ସିବିଆଇ ତଦନ୍ତ ଦାବି ଜାରି ରହିବ : ନରସିଂହ

Advertisment
ସ୍ମିତାରାଣୀ ମୃତ୍ୟୁର ସିବିଆଇ ତଦନ୍ତ ଦାବି ଜାରି ରହିବ : ନରସିଂହ

ଭୁବନେଶ୍ବର : ଯାଜପୁର ଜିଲ୍ଲା ହରିଦାସପୁର ପଞ୍ଚାୟତର ପିଇଓ ସ୍ମିତାରାଣୀ ବିଶ୍ବାଳଙ୍କ ରହସ୍ୟଜନକ ମୃତ୍ୟୁ ଘଟଣାରେ କଂଗ୍ରେସ ତା’ର ଦାବିରେ ଅଟଳ ରହିଛି। କଂଗ୍ରେସ ପକ୍ଷରୁ ସିବିଆଇ ତଦନ୍ତ ଦାବି ‌ଜାରି ରହିବ ବୋଲି କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ଆଜି ଗୃହରେ କହିଛନ୍ତି। ଶୂନ୍ୟକାଳରେ ଶ୍ରୀ ମିଶ୍ର କହିଲେ, ସ୍ମିତରାଣୀଙ୍କ ବାପା କହିଛନ୍ତି ଯେ ପୁଲିସର ଡାକିବା ଅନୁସାରେ ସେ ଏତଲା ଲେଖିଛନ୍ତି। ମୃତକଙ୍କ ପ୍ରତି ଏସ୍‌ପି ଯେପରି ଭାଷା ବ୍ୟବହାର କଲେ, ତାହା ମଧ୍ୟ ଲଜ୍ଜାଜନକ। ପୁଣି ଏବେ ଭୟରେ ସ୍ମିତାରାଣୀଙ୍କ ପରିବାର ଲୋକ ରାଜ୍ୟ ଛାଡ଼ିଲେଣି। ତେଣୁ ପୁଲିସର ତଦନ୍ତ ଆଦୌ ଗ୍ରହଣୀୟ ହୋଇପାରିବନି। ତେଣୁ ଏହି ଘଟଣାର ସିବିଆଇ ତଦନ୍ତ କରିବାର ଆବଶ୍ୟକତା ରହିଛି। ମୁଖ୍ୟମନ୍ତ୍ରୀ ମଧ୍ୟ ଏହି ଘଟଣାରେ ମୁହଁ ଖୋଲିବା ଉଚିତ ବୋଲି ଶ୍ରୀ ମିଶ୍ର କହିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe