ସିକନ୍ଦରାବାଦ-ଅଗରତାଲା ଟ୍ରେନ୍‌ରେ ଧୂଆଁ

Advertisment

ସ୍ପାର୍କିଂରୁ ଧୂଆଁ ବାହାରିଥିବା ଜଣାପଡ଼ିଥିଲା, ଯାତ୍ରୀ ଆତଙ୍କିତ, ଓହ୍ଲାଇ ପଡ଼ିଲେ, ୫୫ ମିନିଟ୍‌‌ ପରେ ‌ଛାଡ଼ିଲା ଷ୍ଟେସନ୍

ସ୍ପାର୍କିଂରୁ ଧୂଆଁ ବାହାରିଥିବା ଜଣାପଡ଼ିଥିଲା, ଯାତ୍ରୀ ଆତଙ୍କିତ, ଓହ୍ଲାଇ ପଡ଼ିଲେ, ୫୫ ମିନିଟ୍‌‌ ପରେ ‌ଛାଡ଼ିଲା ଷ୍ଟେସନ୍

ସିକନ୍ଦରାବାଦ-ଅଗରତାଲା ଟ୍ରେନ୍‌ରେ ଧୂଆଁ

ବ୍ରହ୍ମପୁର : ସିକନ୍ଦରାବାଦ୍-ଅଗରତାଲା ଏକ୍ସପ୍ରେସ୍‌ ଟ୍ରେନ୍ ବ୍ରହ୍ମପୁର ଷ୍ଟେସନ୍‌ରେ ଲାଗିଥିଲା ବେଳେ ହଠାତ୍‌ ଧୂଆଁ ବାହାରୁଥିବା ଦେଖିବାକୁ ମିଳିଥିଲା। ଷ୍ଟେସନ୍‌ରେ ପହଁଚିବାର ଅଳ୍ପକିଛି ସମୟ ପୂର୍ବରୁ ବଗିରେ ଏସିରୁ ଲାଗିଥିବା ଗୋଟିଏ ତାର ଆଉ ଏକ ତାରରେ ଲାଗି ସ୍ପାର୍କିଂ ହେବାଫଳରେ ଏଭଳି ଧୂଆଁ ବାହାରୁଥିଲା। ତେବେ, ଡ୍ୟୁଟିରେ ଥିବା ଏସି ମେକାନିକ୍ ସେହି ବଗିରେ ପହଁଚି ଯୋଡ଼ିହୋଇ ଯାଇଥିବା ତାରକୁ ଅଲଗା କରିଥିଲେ ଏବଂ ସର୍ଟସର୍କିଟ୍‌ ହେବାକୁ ଦେଇ ନଥିଲେ। ଫଳରେ, ସମ୍ଭାବ୍ୟ ଅଘଟଣକୁ ଏଡ଼ାଇ ଦିଆଯାଇ ପାରିଥିଲା। ‌ତେବେ, ଏହି ଘଟଣାକୁ ନେଇ ଯାତ୍ରୀ ଆତଙ୍କିତ ହୋଇପଡ଼ିଥିଲେ।

ସୂଚନା ଅନୁସାରେ, ମଙ୍‌ଗଳବାର  ଦିନ ୧୨ଟା ୪୦ରେ ଏହି ଏକ୍ସପ୍ରେସ୍‌ ଟ୍ରେନ୍ ବ୍ରହ୍ମପୁର ଷ୍ଟେସନ୍‌ରେ ଲାଗିଥିଲା। ‌ହଠାତ୍ ବି-୫ କୋଚ୍‌ରୁ ଯାତ୍ରୀମାନେ ତଳକୁ ଓହ୍ଲାଇ ପଡ଼ି ନିଆଁଲାଗି ଯାଇଥିବା ପାଟି କରିଥିଲେ। କିଛିସମୟ ଭିତରେ ସମସ୍ୟାର ସମାଧାନ ହୋଇଥିଲେ ମଧ୍ୟ ଯାତ୍ରୀମାନେ ପୁଣିଥରେ ସେହି ବଗିରେ ଚଢ଼ିବାକୁ ରାଜି ହୋଇନଥିଲେ। ଏପରିକି କିଛି ଯାତ୍ରୀ ଉତ୍ତ୍ୟକ୍ତ ହୋଇ କିଛିଦିନ ତଳେ ବାହାନଗାରେ ହୋଇଥିବା ଟ୍ରେନ୍‌ ଦୁର୍ଘଟଣାର ଉଦାହରଣ ଦେଇଥିଲେ ଏବଂ ସେହି ବଗିକୁ ବଦଳାଇବା ପାଇଁ ଜିଦ୍ କରିଥିଲେ। ତେବେ, ବ୍ରହ୍ମପୁର ଷ୍ଟେସନ୍ ମାଷ୍ଟର୍‌ଙ୍କ ସହ ଅନ୍ୟ ରେଳ କର୍ମକର୍ତ୍ତା ସେମାନଙ୍କୁ ବୁଝାସୁଝା କରି ପୁଣି ଉକ୍ତ କୋଚ୍‌ରେ ଚଢ଼ାଇବାରେ ସକ୍ଷମ ହୋଇଥିଲେ। ଏଥିପାଇଁ ୫୫ମିନିଟ୍ ଟ୍ରେନ୍‌ଟି ବ୍ରହ୍ମପୁର ରେଳଷ୍ଟେସନ୍‌ରେ ଅଟକି ରହିଥିଲା। ଅପରାହ୍ନ ଘ୧.୩୫ମିରେ ଟ୍ରେନ୍‌ଟି ଷ୍ଟେସନ୍‌ ଛାଡ଼ି ଗନ୍ତବ୍ୟସ୍ଥଳ ଅଭିମୁଖେ ଯାତ୍ରା କରିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe