ଶୁକ୍ଳ ବସ୍ତ୍ର ପରିଧାନ କଲେ ମହାପ୍ରଭୁ, ଲାଗି ହେଲା ଧଳାଫୁଲ

ଶୁକ୍ଳ ବସ୍ତ୍ର ପରିଧାନ କଲେ ମହାପ୍ରଭୁ, ଲାଗି ହେଲା ଧଳାଫୁଲ

ପୁରୀ: ମହାପ୍ରଭୁ ଅସୁସ୍ଥ ହେବା ପରେ ଶ୍ରୀମନ୍ଦିର ସତେ ଯେମିତି ନିରବି ଯାଇଛି। ସଦାସର୍ବଦା ଭକ୍ତଙ୍କ କୋଳାହଳ ପରିବେଶରେ ରହୁଥିବା ଶ୍ରୀମନ୍ଦିର ଆଜିଠାରୁ ଖାଁଖାଁ ହୋଇଯାଇଛି। ମହାପ୍ରଭୁ ସୁସ୍ଥ ହେବା ପାଇଁ ସେବକମାନେ ଦିନରାତି ଏକ କରି ଦେଇଥିବା ବେଳେ ଅସୁସ୍ଥ ଶ୍ରୀବିଗ୍ରହଙ୍କୁ ଦଇତାପତି ସେବକମାନେ ଆଜି ଶୁକ୍ଲବସ୍ତ୍ର ଲାଗି କରାଇଛନ୍ତି। ସମସ୍ତ ଦଇତାପତି ମଧ୍ୟ ଶୁକ୍ଲବସ୍ତ୍ର ପରିଧାନ କରି ସେବାରେ ଯୋଗ ଦେଇଛନ୍ତି। ଗୋଟିଏ ମାତ୍ର ବସ୍ତ୍ର ପରିଧାନ କରି ଦଇତାପତି ସେବକମାନେ ମହାପ୍ରଭୁଙ୍କୁ ଏହି ଶୁକ୍ଲ (ଧଳା) ବସ୍ତ୍ର ଲାଗି କରାଇଛନ୍ତି। ଅସୁସ୍ଥତା କାରଣରୁ ମହାପ୍ରଭୁଙ୍କ ପ୍ରିୟ ତୁଳସୀ ଆଜି ଲାଗି ହୋଇନାହିଁ। ଶୁକ୍ଲ ବସ୍ତ୍ର ସହ ଟଗର ଓ ଅନ୍ୟାନ୍ୟ ଧଳା ଫୁଲ ମହାପ୍ରଭୁଙ୍କଠାରେ ଲାଗି କରାଯାଇଛି। ଅନ୍ୟ କୌଣସି ରଙ୍ଗର ଫୁଲ ଅଣସର ପିଣ୍ଡିକୁ ସଂପୂର୍ଣ୍ଣ ନିଷେଧ କରାଯାଇଛି। ଧଳା ଫୁଲ ଉପଲବ୍ଧତା କମ୍‍ ଥିବାରୁ ମହାପ୍ରଭୁଙ୍କୁ ଲାଗି କରିବା ପାଇଁ ଚାହୁଁଥିବା ଭକ୍ତମାନେ ଫୁଲ ଦେଇପାରିବେ ବୋଲି ଦଇତାପତି ସେବକମାନେ ନିବେଦନ କରିଛନ୍ତି। ଗାରଦ କାର୍ଯ୍ୟାଳୟ କିମ୍ୱା ମୁକ୍ତିମଣ୍ଡପ ନିକଟରେ ରହିଥିବା ନୃସିଂହ ମନ୍ଦିର ପରିସରରେ ଏହି ଫୁଲ ପ୍ରଦାନ କରାଗଲେ ସେଠାରୁ ଏହା ମହାପ୍ରଭୁଙ୍କ ନିକଟରେ ପହଞ୍ଚାଯିବାର ବ୍ୟବସ୍ଥା କରାଯିବ ବୋଲି ସୂଚନା ଦିଆଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe