୧୩ରେ ଆସୁଛନ୍ତି ସ୍ମୃତି ଇରାନୀ

Advertisment
ମୋଦୀଙ୍କ ମା’ଙ୍କୁ  ଅପମାନ ଆପ୍‌ ପାଇଁ ମହଙ୍ଗା ପଡ଼ିବ: ସ୍ମୃତି ଇରାନୀ

photo-indiatv

ଭୁବନେଶ୍ବର: ଓଡ଼ିଶା ସମେତ ୫ଟି ରାଜ୍ୟରେ କେନ୍ଦ୍ର ମହିଳା ଏବଂ ଶିଶୁ କଲ୍ୟାଣ ବିଭାଗ ପକ୍ଷରୁ ୩ଟି ଯୋଜନା ଉଦ୍‌ଘାଟିତ ହେବ। ଏ ସଂକ୍ରାନ୍ତରେ ୧୩ ତାରିଖରେ ଭୁବନେଶ୍ବରରେ ମହିଳା ଏବଂ ଶିଶୁ କଲ୍ୟାଣ ବିକାଶ ମନ୍ତ୍ରୀ ସ୍ମୃତି ଇରାନୀଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ହେବ। ମହିଳା ଏବଂ ଶିଶୁମାନଙ୍କୁ ପୋଷଣଯୁକ୍ତ ଖାଦ୍ୟ ଯୋଗାଣ ଲକ୍ଷ୍ୟରେ ପ୍ରସ୍ତୁତ ମିସନ୍‌ ସକ୍ଷମ ଅଙ୍ଗନବାଡି ଏବଂ ପୋଷଣ ୨.୦, ମହିଳା ସୁରକ୍ଷା, ପୁନର୍ବାସ ଏବଂ ସଶକ୍ତୀକରଣ ପାଇଁ ପ୍ରସ୍ତୁତ ମିସନ୍‌ ଶକ୍ତି, ଶିଶୁ ସୁରକ୍ଷା ଏବଂ ବିକାଶ ପାଇଁ ପ୍ରସ୍ତୁତ ମିସନ ବାତ୍ସଲ୍ୟ ଏହି ଅବସରରେ ଉଦ୍‌ଘାଟିତ ହେବ। କାର୍ଯ୍ୟକ୍ରମରେ ଏହି ତିନୋଟି ଯୋଜନାର ବିବରଣୀ ଏବଂ ମାର୍ଗଦର୍ଶିକା ଉପସ୍ଥାପିତ ହେବ। ଏହି ଅବସରରେ ଓଡ଼ିଶା ସମେତ ୫ ରାଜ୍ୟର ମହିଳା ଏବଂ ଶିଶୁ କଲ୍ୟାଣ ବିଭାଗର ମନ୍ତ୍ରୀ ଏବଂ ବରିଷ୍ଠ ଅଧିକାରୀ ଉପସ୍ଥିତ ରହିବେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe