ସ୍ମିତାରାଣୀ ମୃତ୍ୟୁ ମାମଲାରେ ବିଜେପି ଆଈ ମା' କାହାଣୀ କହୁଛି: ବିଜେଡି

ପଦାରେ ପଡ଼ିଲା ବିଜେଡି ବିବାଦ, ୭ରେ ‘ଅନୁଗୁଳ ବନ୍ଦ’କୁ ସମର୍ଥନ ଦେବେନି ସାଂସଦ

bjd

ଭୁବନେଶ୍ବର: ଭିଏଲଡବ୍ଲ୍ୟୁ ସ୍ମିତାରାଣୀ ବିଶ୍ବାଳଙ୍କ ମୃତ୍ୟ ରହସ୍ୟର ସିବିଆଇ ତଦନ୍ତ ଦାବିରେ ରାଜନୀତି ଜୋର ଧରିଛି। ବିଧାନସଭା ଶୀତ ଅଧିବେଶନ ପୂର୍ବରୁ ସିବିଆଇ ତଦନ୍ତ ନେଇ ନିଷ୍ପତ୍ତି ନିଆ ନ ଗଲେ ବିଜେପି ବିଧାନସଭା ଚଳାଇ ଦେବନି ବୋଲି ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ ଚେତାବନୀ ଦେଇଛନ୍ତି। ଏହାକୁ ନେଇ ବିଜେଡି ରାଷ୍ଟ୍ରୀୟ ମୁଖପାତ୍ର ତଥା ସାଂସଦ ସସ୍ମିତ୍ ପାତ୍ର କହିଛନ୍ତି, ସ୍ମିତାରାଣୀ ବିଶ୍ବାଳଙ୍କ ମୃତ୍ୟୁ ଘଟଣାରେ ଭାରତୀୟ ଜନତା ପାର୍ଟିର ନେତାମାନେ ଆଈ ମା' କାହାଣୀ କହୁଛନ୍ତି। ଏହି ଘଟଣାରେ କିଏ ଦାୟୀ, ଯଦି ବିଜେପି ପାଖରେ ତଥ୍ୟ ପ୍ରମାଣ ଅଛି, ତାହେଲେ ନ୍ୟାୟାଳୟ ଓ ପୁଲିସକୁ ପ୍ରଦାନ କରନ୍ତୁ। ମିଥ୍ୟାକୁ ବାରମ୍ବାର କହିଲେ ସତ ହୋଇଯାଏନା ବୋଲି ଡ. ପାତ୍ର କହିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe