ସାପକାମୁଡ଼ାକୁ ନେଇ ଯୁବକଙ୍କ ମୃତ୍ୟୁ ପରେ ଏମଭି୭୯ ମେଡିକାଲରେ ଉତ୍ତେଜନା

Advertisment
ସାପକାମୁଡ଼ାକୁ ନେଇ ଯୁବକଙ୍କ ମୃତ୍ୟୁ ପରେ ଏମଭି୭୯ ମେଡିକାଲରେ ଉତ୍ତେଜନା

The Indian Express

କାଲିମେଳା: ଏକ ସାପ କାମୁଡ଼ାକୁ କେନ୍ଦ୍ର କରି କାଲିମେଳା ବ୍ଲକ ଅନ୍ତର୍ଗତ ଏମଭି୭୯ରେ ଉତ୍ତେଜନା ଦେଖା ଦେଇଥିଲା। ଏମଭି୧୧୩ ଗ୍ରାମର କ୍ରିଷ୍ଣା ଢ଼ାଲି ନାମକ ଜଣେ ବ୍ୟକ୍ତିକୁ ଗତ ରାତିରେ ଏକ ବିଷଧର ସାପ କାମୁଡ଼ିଦେଇଥିଲା। ତେବେ ପ୍ରଥମେ କ୍ରିଷ୍ଣାକୁ ଗୁଣି ଗାରେଡି କରି ଭଲ କରିବା ପାଇଁ ଚେଷ୍ଟା କରିବା ପରେ ଏମଭି୭୯ ମେଡିକାଲକୁ ଆଣିଥିଲେ ପରିବାର ଲୋକେ। କିନ୍ତୁ ସେତବେଳକୁ କ୍ରିଷ୍ଣାଙ୍କ ଅବସ୍ଥା ଗୁରୁତର ହୋଇପଡ଼ିଥିଲା।

ପରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା। ତେବେ ଡାକ୍ତରଙ୍କ ଅବହେଳାରୁ ତାଙ୍କର ମୃତ୍ୟୁ ହୋଇଛି ବୋଲି ପରିବାର ଲୋକ ଅଭିଯୋଗ କରିବା ସହିତ ମେଡିକାଲରେ ପାଟିତୁଣ୍ଡ କରିଥିଲେ। ଏ ନେଇ ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝାଶୁଝା କରିବା ପରେ ପରିସ୍ଥିତି ଶାନ୍ତ ପଡିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe