ଏମ୍‌କେସିଜିରେ ଅଭାବନୀୟ କାଣ୍ଡ: ଛାତ୍ରୀଙ୍କୁ କାମୁଡ଼ି ରକ୍ତାକ୍ତ କଲେ ଡାକ୍ତର

Advertisment
ଏମ୍‌କେସିଜିରେ ଅଭାବନୀୟ କାଣ୍ଡ: ଛାତ୍ରୀଙ୍କୁ କାମୁଡ଼ି ରକ୍ତାକ୍ତ କଲେ ଡାକ୍ତର

ବ୍ରହ୍ମପୁର: ବ୍ରହ୍ମପୁର ଏମ୍‌କେସିଜି ମେଡିକାଲ କଲେଜ ଓ ହସ୍ପିଟାଲ ପରିସରରେ ଏକ ଅଭାବନୀୟ ଘଟଣା ଘଟିଛି। କୌଣସି ଏକ ଘଟଣାକୁ କେନ୍ଦ୍ରକରି ଜଣେ ହାଉସ୍‌ ସର୍ଜନ ମେଡିକାଲ୍ କଲେଜ ଏମ୍‌ବିବିଏସ୍‌ ଶେଷବର୍ଷର ଜଣେ ଛାତ୍ରୀଙ୍କୁ କାମୁଡ଼ି ରକ୍ତାକ୍ତ କରି ଦେଇଛନ୍ତି। ଏହି ଘଟଣା ସହରରେ ଚର୍ଚ୍ଚାର ବିଷୟ ପାଲଟିଥିବା ବେଳେ ସବୁ ମହଲକୁ ସ୍ତମ୍ଭୀଭୂତ କରିଛି।

ପୁଲିସ ସୂଚନା ଅନୁସାରେ, ଏମ୍‌କେସିଜି ବଡ଼ ଡାକ୍ତରଖାନାରେ ହାଉସ୍‌ ସର୍ଜନ ଭାବେ କାମ କରୁଥିବା ଡା.ସୁପର୍ଣ୍ଣ ଓ ଏମ୍‌ବିବିଏସ୍‌ ଶେଷବର୍ଷ ଛାତ୍ରୀ ଗତକାଲି ଭୋର୍‌ରେ ଛାତ୍ରୀ ନିବାସ ହଷ୍ଟେଲ୍‌ ନିକଟରେ କଥା ହେଉଥିଲେ। ଏହିସମୟରେ ହଠାତ୍‌ ଡା.ସୁପର୍ଣ୍ଣ ସମ୍ପୃକ୍ତ ଛାତ୍ରୀଙ୍କୁ ଗାଳିଗୁଲଜ କରିବା ସହିତ ନାନା ଧମକ ଦେଇଥିଲେ। ଏପରିକି ତାଙ୍କର ହାତ ଓ ଗାଲକୁ କାମୁଡ଼ି ଦେଇଥିଲେ। ଛାତ୍ରୀ ଜଣକ ଏହାର ପ୍ରତିବାଦ କରିଥିବା ବେଳେ ଡା. ସୁପର୍ଣ୍ଣ ତାଙ୍କୁ ମାଡ଼ ମାରିଥିଲେ। ଛାତ୍ରୀ ଜଣକ ବଡ଼କଷ୍ଟରେ ସେଠାରୁ ପ୍ରାଣବିକଳରେ ଧାଇଁ ହଷ୍ଟେଲ୍‌ ଭିତରକୁ ପଶି ଯାଇଥିଲେ। ଘଟଣା ପରେ ଛାତ୍ରୀ ଜଣକ ଭୟଭୀତ ଅବସ୍ଥାରେ ଥିଲେ। ଜୀବନ ପ୍ରତି ବିପଦ ଥିବାରୁ ସେ ଘଟଣା ସମ୍ପର୍କରେ କାହାକୁ କିଛି କହିପାରି ନଥିଲେ। ପରେ ସାଙ୍ଗମାନଙ୍କୁ ସବୁ କଥା କହିଥିଲେ। ସାଙ୍ଗମାନଙ୍କ ସହିତ ଶେଷରେ ଆଜି ଛାତ୍ରୀ ଜଣକ ବୈଦ୍ୟନାଥପୁର ଥାନାରେ ପହଞ୍ଚି ଲିଖିତ ଅଭିଯୋଗ କରିଛନ୍ତି। ଏହି ଅଭିଯୋଗ କ୍ରମେ ପୁଲିସ ଡା.ସୁପର୍ଣ୍ଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଡା.ସୁପର୍ଣ୍ଣ କାହିଁକି ଏଭଳି ଉନ୍ମତ୍ତକାଣ୍ଡ ଘଟାଇଲେ ସେ ନେଇ କିଛି ସ୍ପଷ୍ଟ ହୋଇନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe