ହରିଚନ୍ଦନପୁର: ହରିଚନ୍ଦନପୁର ବ୍ଲକ୍ ରାସୋଳ ପଞ୍ଚାୟତ ତେନ୍ତୁଳିପାଳ ଗ୍ରାମରେ ସାପ କାମୁଡ଼ାରେ ଗତକାଲି ରାତିରେ ସ୍ବର୍ଗତ ସୁନ୍ଦର ମୋହନ ଟୁଡ଼ୁଙ୍କ ପତ୍ନୀ ଚୂଡ଼ାମଣି ଟୁଡ଼ୁ (୪୦)ଙ୍କ ମୃତ୍ୟୁ ଘଟିଛି। ଚୂଡ଼ାମଣିଙ୍କ ଘର ମୟୁରଭଞ୍ଜ ଜିଲ୍ଲା ଦାଉଁଦା ଗ୍ରାମରେ। ସେ ତେନ୍ତୁଳିପାଳରେ ରହି ଶ୍ରମିକ ଭାବେ କାମ କରୁଥିଲେ।
ଗତକାଲି ରାତିରେ ଖାଇ ସାରି ଶୋଇଥିବା ବେଳେ ତାଙ୍କୁ ଏକ ବିଷଧର ସାପ କାମୁଡ଼ି ଥିଲା। ତାଙ୍କୁ ଯାଜପୁର ଜିଲ୍ଲା ଦାନଗଦୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେଠାରେ ତାଙ୍କର ମୃତ୍ୟୁ ଘଟିଛି। ଦୈତାରୀ ଥାନା ଏସ୍ଆଇ ସୁଶାନ୍ତ କୁମାର ବଳ ଆଜି କେସ୍ ନମ୍ବର ୧୨/୨୨ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଶବ ବ୍ୟବଚ୍ଛେଦ କରାଇଛନ୍ତି।
Follow Us