ସମ୍ବଲପୁର: ସାପ କାମୁଡ଼ାରେ ଜଣେ ଯୁବକଙ୍କର ବୁଧବାର ସକାଳେ ମୃତ୍ୟୁ ହୋଇଛି। ମୃତ ଯୁବକ ଜଣକ ହେଉଛନ୍ତି ପୁଟିବନ୍ଧର ମୁକେଶ ବେରିହା ଓରଫ୍ ପମ(୩୦)। ସେ ମଙ୍ଗଳବାର ରାତିରେ ଘରେ ଶୋଇଥିବା ବେଳେ କୌଣସି ଏକ ବିଷଧର ସାପ ତାଙ୍କୁ କାମୁଡ଼ି ଦେଇଥିଲା।
କିନ୍ତୁ ସେ ଜାଣିପାରି ନଥିଲେ। କୌଣସି ପୋକ କାମୁଡ଼ି ଦେଇଛି ଭାବି ପୁଣିଥରେ ଶୋଇପଡ଼ିଥିଲେ। ସକାଳେ ଶୌଚ ହେବାକୁ ଯାଉଥିବା ବେଳେ ସେ ପଡ଼ି ଯାଇଥିଲେ। ପରିବାର ଲୋକେ ତାଙ୍କୁ ତୁରନ୍ତ ଏକ ଘରୋଇ ନର୍ସିଂ ହୋମ୍ରେ ଭର୍ତ୍ତି କରିଥିଲେ। ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ବୁର୍ଲା ଭିମ୍ସାର୍ ପଠାଇ ଦିଆଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ବୁଧବାର ୧୧ଟା ପାଖାପାଖି ତାଙ୍କର ମୃତ୍ୟୁ ଘଟିଥିଲା। ଅନ୍ୟପଟେ ପୁଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ମୁକେଶଙ୍କ ମୃତଦେହ ବ୍ୟବଚ୍ଛେଦ କରିଥିଲା।
Follow Us