ସାପ କାମୁଡ଼ାରେ ଯୁବକ ମୃତ

Advertisment
ସାପ କାମୁଡ଼ାରେ ଶିଶୁପୁତ୍ର ମୃତ

ଦେବଗଡ଼: ଦେବଗଡ଼ ଜିଲ୍ଲା ରିଆମାଳ ବ୍ଲକ୍‌ ଗୁଣ୍ଡିଆପାଲି ଗ୍ରାମର ଉଦୟ ହେମରମଙ୍କ ପୁଅ ଶୁକରାମ ହେମରମଙ୍କ ମଙ୍ଗଳବାର ସାପ କାମୁଡ଼ାରେ ମୃତ୍ୟୁ ଘଟିଛି। ମିଳିଥିବା ସୂଚନାନୁଯାୟୀ ଶୁକରାମଙ୍କୁ ଗତକାଲି ରାତି ପ୍ରାୟ ୩ଟା ବେଳେ ଏକ ବିଷଧର ସାପ କାମୁଡ଼ି ଦେଇଥିଲା।

ମାତ୍ର ପରିବାର ଲୋକ ତାଙ୍କୁ ସଙ୍ଗେ ସଙ୍ଗେ ଡାକ୍ତରଖାନା ଆଣି ନଥିଲେ। ଆଜି ଅପରାହ୍ନ ପ୍ରାୟ ୧ଟା ବେଳେ ତାଙ୍କୁ ଦେବଗଡ ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ଆଣିଥିବା ବେଳେ ଏଠାରେ ଡାକ୍ତର ଶୁକରାମଙ୍କୁ ମୃତ ଘୋଷଣା କରିଥିଲେ। ଖବର ପାଇ ଦେବଗଡ଼ ଥାନା ପୁଲିସ ଶବ ଜବତ କରି ଏକ ଅପମୃତ୍ୟୁ ମାମଲା ରୁଜୁ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe