ସାପ କାମୁଡ଼ାରେ ମହିଳା ମୃତ

Advertisment
ରେଳଧାରଣାରୁ ଯୁବକଙ୍କ ମୃତଦେହ ଉଦ୍ଧାର

Deccan Herald

ପଦ୍ମପୁର: ପଦ୍ମପୁର ଉପଖଣ୍ଡ ମେଲଛାମୁଣ୍ଡା ଥାନା ଅନ୍ତର୍ଗତ କେର୍ମେଲି ଗ୍ରାମର ମଥୁରା ସାହୁଙ୍କ ଶୁକ୍ରବାର ଅପରାହ୍‌ଣରେ ସାପ କାମୁଡ଼ାରେ ମୃତ୍ୟୁ ଘଟିଛି। ପ୍ରାପ୍ତ ସୂଚନାନୁସାରେ ମଥୁରା ଆଜି ଦିନ ପ୍ରାୟ ୧ଟା ବେଳେ ଘର ସଫା କରିବାକୁ ପାଖରେ ରଖାଯାଇଥିବା ଝାଡୁ ଆଣିଥିଲେ। ମାତ୍ର ଝାଡୁରେ ଏକ ବିଷଧର ସାପ ରହିଥିଲା।

ମଥୁରା ଝାଡୁଟିକୁ ଧରିବା ମାତ୍ରେ ସାପ ତାଙ୍କୁ କାମୁଡ଼ି ଦେଇଥିଲା। ଗୁରୁତର ଅବସ୍ଥାରେ ପରିବାର ଲୋକେ ତାଙ୍କୁ ତୁରନ୍ତ ପଦ୍ମପୁର ଉପଖଣ୍ଡ ଡାକ୍ତରଖାନାକୁ ଆଣି ଭର୍ତ୍ତି କରିଥିଲେ। କିନ୍ତୁ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କ ମୃତ୍ୟୁ ହୋଇଯାଇଥିଲା। ପୁଅ ପାର୍ଥ ସାହୁଙ୍କ ଅଭିଯୋଗ କ୍ରମେ ମେଲଛାମୁଣ୍ଡା ପୁଲିସ ଏକ ମାମଲା ରୁଜୁ କରି ବ୍ୟବଚ୍ଚ୍ଥେଦ ପରେ ଶବ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି। ମଥୁରାଙ୍କ ପରିବାର ଆର୍ଥିକ ସ୍ବଚ୍ଛଳ ନଥିବାରୁ ସହାୟତା ପ୍ରଦାନ କରିବାକୁ ଦାବି ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe