ବିଦ୍ୟାଳୟରେ ସାପ ଆତଙ୍କ

Advertisment
ବିଦ୍ୟାଳୟରେ ସାପ ଆତଙ୍କ

କାଲିମେଳା : କାଲିମେଳା ବ୍ଲକ ଗୁମକା ପଞ୍ଚାୟତ ଅନ୍ତର୍ଗତ ପେଡ଼ାକୋଣ୍ତା ପ୍ରାଥମିକ ବିଦ୍ୟାଳୟରେ ସାପ ଆତଙ୍କ ଦେଖାଦେଇଛି। ଉକ୍ତ ବିଦ୍ୟାଳୟଟି ଜଙ୍ଗଲ ମଝିରେ ଥିବାରୁ ଅନେକ ସମୟରେ ବିଦ୍ୟାଳୟ ଭିତରକୁ ସାପ ପଶି ଆସନ୍ତି। ଫଳରେ ବିଦ୍ୟାଳୟର ଛାତ୍ରଛାତ୍ରୀ ମାନେ ଭୟଭୀତ ଅବସ୍ଥାରେ ଅଛନ୍ତି। ବିଦ୍ୟାଳୟରେ ସୁରକ୍ଷା ପାଚେରି ନଥିବାରୁ ଜଙ୍ଗଲୀ ଜନ୍ତୁ ମଧୢ ବିଦ୍ୟାଳୟରେ ଅବାଧରେ ପ୍ରବେଶ କରିଥାଆନ୍ତି। ଗତ କିଛି ଦିନ ତଳେ ଏକ ବିଷଧର ନାଗ ସାପ ବିଦ୍ୟାଳୟ ଭିତରକୁ ପଶିଯାଇଥିବାରୁ ଛାତ୍ରଛାତ୍ରୀମାନଙ୍କ ମଧୢରେ ଆତଙ୍କ ଖେଳିଯାଇଥିଲା। ଗ୍ରାମବାସୀ ମାନେ ସାପଟିକୁ ବିଦ୍ୟାଳୟରୁ ବାହାର କରି ମାରି ଦେଇଥିଲେ। ସୂଚନା ଯୋଗ୍ୟ ଯେ ଆଦିବାସୀ ବହୁଳ ଏହି ବିଦ୍ୟାଳୟରେ ୧୭ ଛାତ୍ରଛାତ୍ରୀଙ୍କୁ ୨ଜଣ ଶିକ୍ଷକ ରହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe