ସରକାରୀ ବିଦ୍ୟାଳୟରେ ଆତଙ୍କ; ୧୪ ଦିନରେ ୭ଥର ବିଷାକ୍ତ ସାପ ଦେଖିଲେଣି ଛାତ୍ରଛାତ୍ରୀ

ସରକାରୀ ବିଦ୍ୟାଳୟରେ ଆତଙ୍କ; ୧୪ ଦିନରେ ୭ଥର ବିଷାକ୍ତ ସାପ ଦେଖିଲେଣି ଛାତ୍ରଛାତ୍ରୀ

ଝରିଗାଁ: ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ କରମରୀସ୍ଥିତ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଦେଖା ଦେଇଛି ବିଷାକ୍ତ ସାପ ଆତଙ୍କ। ବିଦ୍ୟାଳୟ ଚାରି ପାଖ ପ୍ରଶାସନ ପକ୍ଷରୁ ପାଚେରୀ ନିର୍ମାଣ ହୋଇଥିବା ବେଳେ ସାମ୍ନାରେ ଏବଂ ପଛରେ ଗେଟ ନିର୍ମାଣ ହୋଇଛି। ତେଣୁ ବିଷାକ୍ତ ସାପ ବିଦ୍ୟାଳୟ ପରିସରରେ ବାସ କରୁଥିବା ଅନୁମାନ କରାଯାଉଛି। ଗତ ୧୪ ଦିନ ମଧ୍ୟରେ ବିଦ୍ୟାଳୟ ପରିସରରେ ୭ ଥର ବିଷାକ୍ତ ସାପ ଦେଖି ଶିକ୍ଷକ ଶିକ୍ଷୟିତ୍ରୀ ଓ ଛାତ୍ରଛାତ୍ରୀ ଭୟଭୀତ ଅବସ୍ଥାରେ ଅଛନ୍ତି।

ସୂଚନା ପ୍ରକାରେ କରମରୀ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପ୍ରଥମ ଶ୍ରେଣୀ ଠାରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ପିଲାମାନେ ପାଠ ପଡୁଛନ୍ତି। ବିଦ୍ୟାଳୟରେ ମୋଟ ୪୩୦ ଜଣ ଛାତ୍ରଛାତ୍ରୀ ପାଠ ପଢ଼ୁଛନ୍ତି। ସେହିପରି ଶହଶହ ଛାତ୍ରୀ ହଷ୍ଟେଲରେ ରହି ପାଠ ପଢୁଛନ୍ତି। ଗତ ୧୪ ଦିନ ମଧ୍ୟରେ ପ୍ରାୟ ୭ଟି ବିଷାକ୍ତ ସାପ ବିଦ୍ୟାଳୟ ପରିସରରେ ଦେଖିବା ପରେ ସୁରକ୍ଷିତ ଅବସ୍ଥାରେ ସାପ ଗୁଡ଼ିକୁ ବାହାର କରିଥିଲେ। ବିଦ୍ୟାଳୟ କର୍ତ୍ତୃପକ୍ଷ ସାପ ଆତଙ୍କ ଦେଖିବା ପରେ ବିଭିନ୍ନ ପଦକ୍ଷେପ ଗ୍ରହଣ କରିଛନ୍ତି। କିନ୍ତୁ କୌଣସି ସୁଫଳ ମିଳିନଥିଲା। ତେଣୁ ବନ ବିଭାଗ ପକ୍ଷରୁ ତୁରନ୍ତ ଏଥିପ୍ରତି ସ୍ୱତନ୍ତ୍ର ଦୃଷ୍ଟି ଦେଇ ସମସ୍ୟାର ସମାଧାନ ପାଇଁ ପଦକ୍ଷେପ ଗ୍ରହଣ କରିବା ପାଇଁ ଦାବି ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe