ଭୁବନେଶ୍ୱର: ସ୍କୁଲ ଯିବା ପାଇଁ ୭ ବର୍ଷର ପୁଅ ଜୋତା ପିନ୍ଧୁ ଥିବା ସମୟରେ ନାଗସାପ ମାରିଲା ଚୋଟ

ଭୁବନେଶ୍ୱର: ସ୍କୁଲ ଯିବା ପାଇଁ ୭ ବର୍ଷର ପୁଅ ଜୋତା ପିନ୍ଧୁ ଥିବା ସମୟରେ ନାଗସାପ ମାରିଲା ଚୋଟ

ଭୁବନେଶ୍ୱର: ଭୁବନେଶ୍ୱର ପଟିଆରେ ମଙ୍ଗଳବାର ସ୍କୁଲ ଯିବା ପାଇଁ ଜୋତା ପିନ୍ଧୁଥିବା ସମୟରେ ଜୋତା ଭିତରକୁ ନାଗସାପ ବାହାରିଥିବା ଖବର ମିଳିଛି।

ସୂଚନାଯୋଗ୍ୟ, ବୁଲୁ ରଞ୍ଜନ ରାଉତଙ୍କ ୭ ବର୍ଷର ପୁଅ ରିଷଭ ସ୍କୁଲ ଯିବା ପାଇଁ ମଙ୍ଗଳବାର ସକାଳେ ଜୋତା ପିନ୍ଧୁଥିବା ସମୟରେ ଜୋତା ଭିତରେ ଏକ ନାଗ ସାପଟି ଥିଲା। ରିଷଭ ଜୋତା ଭିତରେ ଗୋଡ଼ ପୂରାଇ ଦେବାରୁ ସାପଟି ତାର ପାଦ ଆଙ୍ଗୁଳିକୁ ଚେଟ ମାରିଥିଲା। ରିଷଭଙ୍କ ଜେଜେ ସାଙ୍ଗେସାଙ୍ଗେ ଜୋତାକୁ ଝାଡିଦେବାରୁ ସେଥିରେ ଥିବା ନାଗ ସାପ ଛୁଆ ବାହାରି ପଳାଇଥିଲା। ତେବେ ସାପଟି ରିଷଭଙ୍କୁ କାମୁଡିଥିବାରୁ ତାଙ୍କୁ ତୁରନ୍ତ ଚିକିତ୍ସା ପାଇଁ କ୍ୟାପିଟାଲ ହସ୍ପିଟାଲ ନିଆଯାଇଥିଲା । ରିଷଭ ମୋଟା ସକ୍ସ ପିନ୍ଧିଥିବାରୁ ସାପ କାମୁଡିଥିଲେ ହେଁ ତାର ବିଷ ଶରୀର ଭିତରକୁ ଯାଇପାରି ନଥିଲା ବୋଲିି ଡାକ୍ତରଙ୍କ ପକ୍ଷରୁ ପ୍ରକାଶ। ଏବେ ରିଷଭ ସୁସ୍ଥ ଥିବା ଜଣାପଡିଛି । ଏହି ସାପ ବିଷୟରେ ଖବର ପାଇବା ପରେ ସ୍ନେକ ହେଲପ ଲାଇନ ସଦସ୍ୟ ଘଟଣାସ୍ଥଳରେ ସାପଟିକୁ ଉଦ୍ଧାର କରିଥିଲେ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe