ସ୍କୁଟି ଭିତରେ ସାପ, ନାବାଳକଙ୍କୁ କାମୁଡ଼ିଲା

Advertisment
ସ୍କୁଟି ଭିତରେ ସାପ, ନାବାଳକଙ୍କୁ କାମୁଡ଼ିଲା

ବଡ଼ବିଲ: ସ୍କୁଟି ଭିତରେ ପଶିଥିଲା ସାପ। ସେଥିରେ ବସି ଟ୍ୟୁସନ ଯିବାକୁ ବାହାରିଥିବା ୧୩ ବର୍ଷର ନାବାଳକ ସାପ କାମୁଡ଼ାରେ ଅସୁସ୍ଥ ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ମିଳିଥିବା ସୂଚନା ଅନୁସାରେ ଗତ ୧ ତାରିଖ ଅପରାହ୍‌ଣରେ ବଡ଼ବିଲ ଥାନା ସେରେଣ୍ଡା ଅଞ୍ଚଳର ଦେବକାନ୍ତ ଦାସଙ୍କ ୧୩ ବର୍ଷର ପୁଅ ସାଇସ୍ୱରୂପ ଦାସ ଟ୍ୟୁସନ ଯିବାକୁ ବାହାରିଥିଲେ।

ବାପା ସହିତ ସ୍କୁଟି ପାଖକୁ ଯାଇ ବସିବା ସମୟରେ ସ୍କୁଟି ଭିତରେ ଥିବା ବିଷଧର ସାପ ତାଙ୍କୁ କାମୁଡ଼ି ଦେଇଥିଲା। ତାଙ୍କୁ ସଙ୍ଗେସଙ୍ଗେ ଯୋଡ଼ା ଟିସ୍କୋ ଡାକ୍ତରଖାନାକୁ ନିଆଯାଇଥିଲା।

ସେଠାରେ ଦୁଇଦିନ ଚିକିତ୍ସା ହେବାପରେ  ସେ ସୁସ୍ଥ ହୋଇଥିବା ଜଣାଯାଇଛି। ସାପଟିକୁ ବନ ବିଭାଗ କର୍ମଚାରୀ ଉପେନ୍ଦ୍ର ମହାକୁଡ଼ ଓ ସନ୍ତୋଷ ମହାନ୍ତ ଏହି ବିଷଧର ସାପକୁ ଧରି ନିକଟସ୍ଥ ଠାକୁରାଣୀ ସଂରକ୍ଷିତ ଜଙ୍ଗଲରେ ଛାଡ଼ିଥିଲେ ବୋଲି ବଡ଼ବିଲ ବନାଞ୍ଚଳ ଅଧିକାରୀ ରଞ୍ଜନ କୁମାର କାଲୋ ସୂଚନା ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe