ଭୁବନେଶ୍ବର: ବନବିଭାଗ ରାଜଧାନୀରୁ କୋଟିଏରୁ ଅଧିକ ଟଙ୍କାର ସାପ ବିଷ ଜବତ କରିଛି। ସାପ ବିକ୍ରି କରିବାକୁ ଏହି ରାକେଟ୍ ଲୋକଙ୍କ ସହ ଯୋଗାଯୋଗ କରୁଥିଲେ। ବନବିଭାଗର କର୍ମଚାରୀ ସେମାନଙ୍କ ସହିତ ଗ୍ରାହକ ଭାବରେ ଯୋଗାଯୋଗ କରିଥିଲେ। ପ୍ରଥମେ ଜୟଦେବ ବିହାର ଅଞ୍ଚଳରେ ଏହି ସାପ ବିଷ ବିକ୍ରି କରିବାକୁ ଡିଲ୍ ହେଲା । ତାହା ପରେ ଏହି ରାକେଟ୍ ବନବିଭାଗର କର୍ମଚାରୀଙ୍କୁ ମାଷ୍ଟରକ୍ୟାଣ୍ଟିନ୍ ଅଞ୍ଚଳକୁ ଡାକିଥିଲେ। ଏହି ରାକେଟରେ ଥିଲେ ୮ ଜଣ। ବିଭିନ୍ନ ପର୍ଯ୍ୟାୟରେ ଦୁଇ ଦୁଇ ଜଣ କରି ୮ ଜଣ ପହଞ୍ଚିଥିଲେ ।
ଏହାପରେ ସେମାନଙ୍କ ମଧ୍ୟରୁ ଦୁଇ ଜଣ ମାର୍କେଟ ବିଲ୍ଡିଂ ନେଇଥିଲେ। ସେଠାରେ ପହଞ୍ଚିଥିଲେ ଦୁଇ ଜଣ। ସେମାନଙ୍କ ମଧ୍ୟରୁ ଜଣେ ଏକ ବ୍ୟାଗ ଧରି ଆସିଥିଲେ। ତାଙ୍କ ପାଖରେ ଥିବା ସାମଗ୍ରୀ ସାପ ବିଷ କି ନାହିଁ ତାହା ପରୀକ୍ଷା କରିବାକୁ ଏକ ପାଥୋଲାବକୁ ନେଇଥିଲେ। ୟୁନିଟ୍ ୬ ଅଞ୍ଚଳର ପାଥୋଲାବରେ ପହଞ୍ଚିବା ପରେ ସେଠାରେ ଏହି ସାପ ବିଷ ରାକେଟକୁ କାବୁ କରିଥିଲା ବନବିଭାଗ।
ଏମାନେ ଓଡ଼ିଶା ବାଦ୍ ଅନ୍ୟ ରାଜ୍ୟରେ ମଧ୍ୟ ବଡ଼ ପରିମାଣର ଟଙ୍କା ଆଦାୟ କରି ଏହି ସାପ ବିଷ ବିକ୍ରି କରୁଥିବା ସୂଚନା ମିଳିଛି। କୋଟିଏ ୩୦ ଲକ୍ଷ ଟଙ୍କାରେ ଏହି ସାପ ବିଷ କିଣିବାକୁ ଡିଲ୍ ହୋଇଥିଲା। ବନବିଭାଗ ଏନେଇ ୮ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି।
ରାଜଧାନୀରୁ କୋଟିଏରୁ ଅଧିକ ଟଙ୍କାର ସାପ ବିଷ ଜବତ, ୮ ଅଭିଯୁକ୍ତ ଅଟକ
Advertisment
Follow Us