ସାର ଦୋକାନରୁ ନାଗ ନାଗୁଣୀ ଉଦ୍ଧାର

Advertisment
ସାର ଦୋକାନରୁ ନାଗ ନାଗୁଣୀ ଉଦ୍ଧାର

ବାରିପଦା ଟାଉନ: ବାରିପଦା ସହର ଉପକଣ୍ଠସ୍ଥ ଶ୍ୟାମାଖୁଂଟା ବ୍ଲକର କରଞ୍ଜିଆ ଛକରେ ଥିବା ଏକ ସାର ଦୋକାନ ଭିତରୁ ଆଜି ଏକ ନାଗ ନାଗୁଣୀ ଯୋଡିକୁ ଉଦ୍ଧାର କରାଯାଇଛି ।

ଘଟଣାରୁ ପ୍ରକାଶ ଯେ, କରଞ୍ଜିଆ ଛକରେ ଥିବା ଜଗଦିଶ ମହାନ୍ତଙ୍କ ସାର ଦୋକାନରେ ନାଗ ନାଗୁଣି ଯୋଡି ରହିଥିବାର ଦେଖି ଦୋକାନୀ ସ୍ଥାନୀୟ ଲୋକଙ୍କୁ ଖବର ଦେଇଥିଲେ। ଦୀର୍ଘ ସମୟ ଧରି ଏହି ନାଗ ନାଗୁଣି ଯୋଡି ଦୋକାନ ଭିତରୁ ନବାହାରିବାରୁ ସାପଧରାଳି କୃଷ୍ଣ ଚନ୍ଦ୍ର ଗୋଚ୍ଛାୟତଙ୍କୁ ଖବର ଦିଆଯାଇଥିଲା । କୃଷ୍ଣଚନ୍ଦ୍ର ତୁରନ୍ତ ଘଟଣା ସ୍ଥଳରେ ପହଂଚି ନାଗ ନାଗୁଣିଙ୍କୁ ସୁରକ୍ଷିତ ଭାବରେ ଉଦ୍ଧାର କରିଥିବାର ଜଣାଯାଇଛି । ନାଗ ନାଗୁଣି ଦେଖିବାକୁ ସ୍ଥାନୀୟ ଅଂଚଳରେ ବେଶ ଭିଡ ଜମି ଥିବାର ଦେଖାଯାଇଥିଲା ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe