ଚଳନ୍ତା ଅଟୋ ଭିତରୁ ବାହାରିଲା ବିରାଟକାୟ ନାଗ ସାପ, ପ୍ରାଣ ବିକଳରେ ଡେଇଁ ପଡ଼ିଲେ ଡ୍ରାଇଭର

Advertisment
ଚଳନ୍ତା ଅଟୋ ଭିତରୁ ବାହାରିଲା ବିରାଟକାୟ ନାଗ ସାପ, ପ୍ରାଣ ବିକଳରେ ଡେଇଁ ପଡ଼ିଲେ ଡ୍ରାଇଭର

ଉମରକୋଟ:ନବରଙ୍ଗପୁର ଜିଲ୍ଲା ଉମରକୋଟ ସହରରେ ଆଜି ଚଳନ୍ତା ଅଟୋ ଭିତରୁ ଏକ ବିରାଟକାୟ ନାଗ ସାପ ବାହାରିଲା ଓ ଯେଉଁଥିରେ କି ଅଟୋ ଚଳାଉଥିବା ଡ୍ରାଇଭର ପ୍ରାଣ ବିକଳରେ ଡେଇଁ ପଡ଼ି ଅଳ୍ପକେ ନିଜ ଜୀବନ ବଂଚାଇଛନ୍ତି । ଗୋତିଗୁଡା ଗ୍ରାମର ଟିକ୍ ଚ।ନ୍ଦ ହରିଜନ ସବୁ ଦିନ ପରି ଆଜି ମଧ୍ୟ ନିଜ ଅଟୋ (ଓଡ଼ି ୨୪ ଇ ୮୮୫୮) ଧରି ଟମାଟୋ କିଣିବା ପାଇଁ ଉମରକୋଟ ଆସିଥିଲେ। ଅଟୋରେ କିରାନା ସାମଗ୍ରୀ ଥିଲା। ତାକୁ ନେଇ ଗା ଗା ବିକ୍ରି କରନ୍ତି ଟିକ ଚାନ୍ଦ।

ଟମାଟୋ କିଣି ଫେରିବା ବାଟରେ ପେନ୍ଦ୍ରଣି ମନ୍ଦିର ସମ୍ମୁଖରେ ଡ୍ୟାସ୍‌ବୋର୍ଡ ଭିତରୁ ଏକ ନାଗ ସାପ ବାହାରି ହାତର କହୁଣୀ ପାଖରେ ପହଂଚିଥିଲା । ଏହା ଦେଖି ପ୍ରାଣ ବିକଳରେ ଟିକ ଚାନ୍ଦ ଅଟୋରୁ ଡେଇଁ ପଡି ନିଜ ଜୀବନକୁ ବଞ୍ଚାଇଥିଲେ। ତେବେ ଅଟେ। ଟି ଗଡ଼ି ଯାଉଥିବାରୁ ଟିକ ଚାନ୍ଦ ଧର ଧର ବୋଲି ପାଟି କରିବାରୁ ସେହି ସମୟରେ କିଛି ଯୁବକ ପ୍ରାତ୍ ଭ୍ରମଣ କରିବା ସମୟରେ ପଛ ଆଡୁ ଧରି ଅଟକାଇବାରେ ସଫଳ ହେଇଥିଲେ। ଏହି ସମୟରେ ସାପଟି ପୁଣି ଡ୍ୟାସ୍‌ବୋର୍ଡ ଭିତରେ ଲୁଚି ଯାଇଥିଲା।

publive-image

ପରେ ଉମରକୋଟ ସହର ଦଙ୍ଗରିସ।ହିର ସାପ ଧରାଳି ରାମ ହରିଜନଙ୍କୁ ଖବର ଦିଆଗଲା। ସେ ଆସି ଡ୍ୟାସ୍‌ବୋର୍ଡକୁ ଖୋଲି ଧରିବା ପାଇଁ ଚେଷ୍ଟା କରିବା ସମୟରେ ସାପଟି ଅଟୋର ଅନ୍ୟ ଅଞ୍ଚଳକୁ ପଳାଇଯାଇଥିଲ। । ବହୁ ସମୟ ଧରି ଖୋଜ। ଖୋଜି କରିବା ପରେ ମଧ୍ୟ ସାପଟି ଦେଖାଯାଇ ନ ଥିଲା ଏପରି କି ଅଟୋରେ ଥିବା ସମସ୍ତ କିରଣ। ସାମଗ୍ରୀକୁ ଅନଲୋଡ଼ କରିବାକୁ ପଡ଼ିଥିଲା ତଥାପି ସାପଟି ଦେଖା ଯାଇ ନ ଥିଲା।

ଘଟଣା ଦେଖୁଥିବା କେହି ଯୁବକ ଜଣେ ଅଟୋକୁ ଷ୍ଟାର୍ଟ କଲେ। ତ।ର ଭାଇବ୍ରେସନ ରେ ବାହାରିବ ବୋଲି କହିବା ପରେ ଅଟୋକୁ ଷ୍ଟାର୍ଟ କରାଯାଇଥିଲା। ଏଥର ସାପଟି ବାହାରିଥିଲା ଓ ଶେଷରେ ରାମ ନାଗ ସାପ ଧରିବାରେ ସଫଳ ହେଲେ ଓ ସାପକୁ ନିକଟସ୍ଥ ଏକ ଜଙ୍ଗଲରେ ଛାଡ଼ି ଦେଇଥିଲେ। ସାପର ଲମ୍ବା ପ୍ରାୟ ୪ ଫୁଟ ହେବ ବୋଲି ଅନୁମାନ କରାଯାଉଛି। ତେବେ ରାତିରେ ଟିକ ଚାନ୍ଦ ନିଜ ଅଟୋକୁ ଘର ସ।ମାନ।ରେ ରଖିବା ସମୟରେ ସାପଟି ଅଟୋର ଡ୍ୟାସ୍‌ବୋର୍ଡ ଭିତରେ ପଶି ଥିବା ଅନୁମାନ କରାଯାଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe