Advertisment

ସୋରରେ ଥମୁନି ସାପ ଆତଙ୍କ: ଦିନକରେ ୧୨ ଜଣଙ୍କୁ ଦଂଶନ କଲେଣି

Advertisment
ସୋରରେ ଥମୁନି ସାପ ଆତଙ୍କ: ଦିନକରେ ୧୨ ଜଣଙ୍କୁ ଦଂଶନ କଲେଣି

ସୋର: ସୋର ପୌରାଞ୍ଚଳ ଓ ଗ୍ରାମାଞ୍ଚଳରେ ଏବେ ସାପ ଆତଙ୍କ ଲାଗି ରହିଛି। ଗୋଟିଏ ଦିନରେ ୧୨ରୁ ଅଧିକ ଲୋକଙ୍କୁ ସର୍ପ ଦଂଶନ କରିଛି। ସେମାନଙ୍କ ମଧ୍ୟରୁ ସୋର ଥାନା ମାଣିପୁର ପଞ୍ଚାୟତ ମହାରଥିପୁର ଶାସନର କମଳା ପାଢ଼ୀ(୫୨) ଗୁରୁତର ହୋଇଛନ୍ତି। ଗତକାଲି ରାତିରେ ଶୋଇଥିବା ସମୟରେ କମଳାଙ୍କୁ ଏକ ବିଷଧର ସାପ କାମୁଡି ଦେଇଥିଲା। ପରିବାର ଲୋକେ ତାଙ୍କୁ ସୋର ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ପରେ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ବାଲେଶ୍ବର ସ୍ଥାନାନ୍ତର କରାଯାଇଛି। ସେହିପରି ସୋର ଗ୍ରାମାଞ୍ଚଳ ଓ ପୌରାଞ୍ଚଳରୁ ତପନ ନାୟକ, ରତ୍ନମଣି ବେହେରା, ଜ୍ୟୋତି ପ୍ରକାଶ ମଳିକ, ଶଶିକାନ୍ତ ନାୟକ, ମନୋରଞ୍ଜନ ଶିଆଳ, ନିରଞ୍ଜନ ଦାସ, ସୁଶାନ୍ତ ବାରିକ, ମିତା ମହାନ୍ତି, ଅବନ୍ତୀ ଖିଲାର, ବାବୁଲି ବେହେରା, ସାରସ୍ୱତ ବାରିକ ପ୍ରମୁଖ ସାପ କାମୁଡ଼ାରେ ଆହତ ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ଅଧିକାଂଶ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ଆଉ କେତେ ଜଣ ସୋର ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି। ତେବେ ଗତ ଦୁଇଦିନ ମଧ୍ୟରେ ଏହି ଅଞ୍ଚଳର ୩୦ରୁ ଊର୍ଦ୍ଧ୍ବ ଲୋକଙ୍କୁ ସାପ କାମୁଡ଼ିଲାଣି ବୋଲି ଡାକ୍ତରଖାନା ସୂତ୍ରରୁ ପ୍ରକାଶ। ଏବେ ସାପଙ୍କର ପ୍ରଜନନ ସମୟ। ସାପମାନେ ଗାତରୁ ବାହାରି ଘର ମୁହାଁ ହେଉଥିବାରୁ ଭୟରେ ଲୋକମାନଙ୍କୁ ଦଂଶନ କରୁଛନ୍ତି। ଏଥିନିମନ୍ତେ ସମସ୍ତେ ସତର୍କତା ଅବଲମ୍ବନ କରିବା ପାଇଁ ଡାକ୍ତରମାନେ ପରାମର୍ଶ ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe