ସାପକାମୁଡ଼ା: ଦେବଗଡ଼ରେ ମାସକରେ ମଲେଣି ୬

Advertisment
ବିଏସ୍‌ଏଫ୍ ଯବାନଙ୍କୁ କାମୁଡ଼ିଲା ସାପ, ଡାକ୍ତରଖାନାରେ ଭର୍ତ୍ତି

iStock

ଦେବଗଡ଼ : ଦେବଗଡ଼ ଜିଲ୍ଲାରେ ଚିନ୍ତା ବଢ଼ାଇଲାଣି ସାପ କାମୁଡ଼ା ମୃତ୍ୟ ସଂଖ୍ୟା। ଗତ ୬ ମାସରେ ସାପକାମୁଡ଼ାରେ ୧୦ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ କେବଳ ଚଳିତ ମାସ ୬ ଜଣଙ୍କ ଜୀବନ ଗଲାଣି। ଗତ ୧୩ ତାରିଖ ଦିନ ରିଆମାଳ ବ୍ଲକର ମାଘୁମୁଣ୍ଡା ଗ୍ରାମରେ ଜଣେ ନାବାଳିକାର, ଗତ ୧୪ ତାରିଖରେ ରିଆମାଳ ବ୍ଲକ୍‌ ବିଲେଇଘଟି ଗ୍ରାମର ୫୫ ବର୍ଷୀୟ ଜଣେ ବ୍ୟକ୍ତି, ଗତ ୨୦ ତାରିଖ ଦିନ ବାରକୋଟ ବ୍ଲକ ଚୈତନ୍ୟପାଲି ଗ୍ରାମର ଜଣେ ଯୁବକ ଓ ୨୪ ତାରିଖ ଦିନ ଜଣେ ଡ୍ରାଇଭରଙ୍କ ସାପ କାମୁଡାରେ ମୃତ୍ୟୁ ଘଟିଥିବା ବେଳେ ପୁଣି ଆଜି ସାପ କାମୁଡାରେ ୨ଜଣ ନାବାଳକର ମୃତ୍ୟୁ ଘଟିଛି।

ପ୍ରତ୍ୟେକ ଦିନ ଦେବଗଡ଼ ମୁଖ୍ୟ ଚିକିତ୍ସାଳୟକୁ ସାପ କାମୁଡ଼ାରେ ଗୁରୁତର ରୋଗୀ ଭର୍ତ୍ତି ହେଉଥିବା ଦେଖିବାକୁ ମିଳିଛି। ଜିଲ୍ଲାର ଯେଉଁ ଯେଉଁ ଅଂଚଳରେ ସାପ କାମୁଡ଼ାରେ ମୃତ୍ୟୁ ସଂଖ୍ୟା ଅଧିକ ରହିଛି ସେହି ସ୍ଥାନରେ ଲୋକମାନଙ୍କୁ ସ୍ବତନ୍ତ୍ର ଭାବେ ସଚେତନତା କରିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଏକ ସ୍ବତନ୍ତ୍ର ଯୋଜନା କରାଯାଇ ରାଜ୍ୟ ସରକାରଙ୍କ ନିକଟକୁ ପଠାଯାଇଥିବା ଜଣାପଡ଼ିଛି। ଦେବଗଡ଼ ମୁଖ୍ୟ ଚିକିତ୍ସାଳୟରେ ସାପ କାମୁଡ଼ା ଚିକିତ୍ସା ପାଇଁ ସ୍ବତନ୍ତ୍ର ୱାର୍ଡ ଖୋଲିବା ପାଇଁ ଦାବି ହୋଇଛି। ଜିଲ୍ଲାରେ ଗତ ୨୦୨୦ରେ ୧୭, ୨୦୨୧ରେ ୨୮ ଓ ୨୦୨୨ରେ ୧୯ ଜଣଙ୍କ ସାପ କାମୁଡ଼ାରେ ମୃତ୍ୟୁ ଘଟିଛି। ବାରକୋଟ ଓ ରିଆମାଳ ବ୍ଲକ୍‌ରେ ମୃତ୍ୟୁ ସଂଖ୍ୟା ଅଧିକ ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe