୧୦୮ ଗରା ସୁବାସିତ ଜଳରେ ସ୍ନାନ କଲେ ଶ୍ରୀଜିଉ; ଏବେ ମହାପ୍ରଭୁ ଭକ୍ତଙ୍କୁ ହାତୀବେଶରେ ଦର୍ଶନ ଦେବେ

Advertisment
୧୦୮ ଗରା ସୁବାସିତ ଜଳରେ ସ୍ନାନ କଲେ ଶ୍ରୀଜିଉ; ଏବେ ମହାପ୍ରଭୁ ଭକ୍ତଙ୍କୁ ହାତୀବେଶରେ ଦର୍ଶନ ଦେବେ

ପୁରୀ:  ଆଜି ପବିତ୍ର ଦେବସ୍ନାନ ପୂର୍ଣ୍ଣିମାରେ ସ୍ନାନ କରିଛନ୍ତି ଚତୁର୍ଦ୍ଧାମୂର୍ତ୍ତି । ୧୦୮ ଗରା ସୁବାସିତ ଜଳରେ କଲେ ସ୍ନାନ କରିଛନ୍ତି ଶ୍ରୀଜିଉ । ଆଜି ମଧ୍ୟାହ୍ଣ ୧.୧୫ ମିନିଟରେ ଶ୍ରୀମନ୍ଦିର ସ୍ନାନ ମଣ୍ଡପରେ ଆରମ୍ଭ ହୋଇଛି ମହାସ୍ନାନ। ପରମ୍ପରା ଅନୁସାରେ ପ୍ରଭୁ ବଳଭଦ୍ର ୩୩, ଜଗନ୍ନାଥ ୩୫, ଦେବୀ ସୁଭଦ୍ରା ୨୨ ଓ ସୁଦର୍ଶନ ମହାପ୍ରଭୁ ୧୮ ଗରାରେ ମହାସ୍ନାନ କରିଛନ୍ତି । ନିତି ଗର୍ଭଗୃହରେ ସ୍ନାନ କରୁଥିବା ମହାବାହୁ  ଆଜି ଭକ୍ତ ମେଳରେ  ସ୍ନାନ କରିଛନ୍ତି ।

publive-image

ଅପରାହ୍ଣ ୪ରୁ ୫ଟା ପର୍ଯ୍ୟନ୍ତ ମହାପ୍ରଭୁ ଭକ୍ତଙ୍କୁ ହାତୀବେଶରେ ଦର୍ଶନ ଦେବେ। ରାତି ସାଢ଼େ ୭ରୁ ସାଢ଼େ ୯ଟା ପର୍ଯ୍ୟନ୍ତ ଭକ୍ତମାନେ ମହାପ୍ରଭୁଙ୍କୁ ସାହାଣମେଲା ଦର୍ଶନ କରିପାରିବେ। ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ପାଇଁ ସିଂହଦ୍ୱାର ଆଗରେ ବ୍ୟାରିକେଡ୍ ବ୍ୟବସ୍ଥା କରାଯାଇଛି। ଟ୍ରାଫିକ୍ ତଥା ଭିଡ଼ ନିୟନ୍ତ୍ରଣ ପାଇଁ ୩୦୦ ପୁଲିସ ଅଫିସର ଓ ୧୨୪ ସେକ୍ସନ୍ ଫୋର୍ସ ମୁତୟନ କରାଯାଇଛି। ଦର୍ଶନ ବେଳେ ଭକ୍ତମାନେ ସିଂହଦ୍ୱାର ଦେଇ ପ୍ରବେଶ ଓ ଉତ୍ତରଦ୍ୱାର ଦେଇ ପ୍ରସ୍ଥାନ ବ୍ୟବସ୍ଥା କରାଯାଇଛି। ସାହାଣମେଲା ବାଦ୍ ପହଣ୍ଡି ଦର୍ଶନ ପାଇଁ ଟିକେଟ୍ ବ୍ୟବସ୍ଥା କରାଯାଇଛି। ଆଜିଠାରୁ ପହଣ୍ଡି ଟିକେଟ୍ ବିକ୍ରି ଆରମ୍ଭ ହୋଇଛି। ଟିକେଟ୍ କରିଥିବା ଭକ୍ତମାନଙ୍କ ଦର୍ଶନ ପାଇଁ ଦକ୍ଷିଣଦ୍ବାର ଦେଇ ପ୍ରବେଶ ବ୍ୟବସ୍ଥା କରାଯାଇଛି।

publive-image

ମନ୍ଦିରର ଗର୍ଭଗୃହରେ ଯେପରି ପ୍ରତିଦିନ ନୀତିକାନ୍ତି ହୋଇଥାଏ  ଆଜି ମଧ୍ୟ ଠିକ ସେହିପରି ଭାବରେ ନୀତିକାନ୍ତି ହେବ । ତେବେ ଅତ୍ୟଧିକ ସ୍ନାନ କରିବାପରେ ଜ୍ବରରେ ପଡିବେ ଠାକୁର । ଆଉ ମିଳିବ ନାହିଁ ଅବଢା କି ମିଳିବ ନାହିଁ ଦର୍ଶନ । ଏହି ସମୟରେ ପଟି ଦିଅଁକୁ ହିଁ ଭକ୍ତ ଦର୍ଶନ କରିବାର ପରମ୍ପରା ରହିଛି । ଅଣସର ପିଣ୍ଡିକୁ ବିଜେ ହେବାପରେ ଦଇତାପତି ସେବକମାନେ ଶ୍ରୀଜିଉଙ୍କ ଗୁପ୍ତନୀତି କରନ୍ତି । ଦଇତାଙ୍କ ସେବାପରେ ଧିରେ ଧିରେ ସୁସ୍ଥ ଅନୁଭବ କରନ୍ତି ଠାକୁର । ଆଉ ନେତ୍ର ଉତ୍ସବ ବା ନବଯୌବନ ବେଶରେ ପୁଣି ଥରେ ଭକ୍ତଙ୍କୁ ଦିଅନ୍ତି ଦର୍ଶନ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe