ନୀତି ଅନୁସାରେ ଅନୁଷ୍ଠିତ ହେବ ଶ୍ରୀଜିଉଙ୍କ ସ୍ନାନଯାତ୍ରା; ସ୍ୱଳ୍ପ ସଂଖ୍ୟକ ସେବାୟତ କରିବେ ସେବା

Advertisment
ସ୍ନାନଯାତ୍ରା ନୀତି ଆରମ୍ଭ: ଶ୍ରୀଜିଉଙ୍କ ଗୁପ୍ତ ସେବା ପାଇଁ ଶ୍ରୀମନ୍ଦିରରେ ପ୍ରବେଶ କଲେ ଦଇତାପତି ସେବାୟତ

ପୁରୀ: ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ସ୍ନାନଯାତ୍ରା ପ୍ରଚଳିତ ନୀତିବିଧି ଅନୁସାରେ ସଂପନ୍ନ ହେବ। ତେବେ ଆବଶ୍ୟକ ସେବାୟତଙ୍କଠାରୁ କମ୍‌ ସଂଖ୍ୟାକ ସେବାୟତଙ୍କ ଦ୍ୱାରା ଏହା ସଂପନ୍ନ ହେବ ବୋଲି ନିଷ୍ପତ୍ତି ହୋଇଛି। ଆଜି ପୁରୀରେ ଶ୍ରୀମନ୍ଦିର ପରିଚାଳନା ସମିତି ସହ ୧୦ଟି ନିଯୋଗର ଆଲୋଚନା ଅନୁଷ୍ଠିତ ହେବା ପରେ ଏହି ନିଷ୍ପତ୍ତି ନିଆଯାଇଛି। ସର୍ବନିମ୍ନ ଆବଶ୍ୟକ ସେବାୟତଙ୍କୁ ନେଇ ଶ୍ରୀଜିଉଙ୍କ ସ୍ନାନପୂର୍ଣ୍ଣିମା ନୀତି କରାଯିବ ବୋଲି ଜଣାପଡ଼ିଛି।

publive-image

ଆଜି ବୈଠକ ସମାପ୍ତି ପରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡା. କ୍ରିଷେନ୍ କୁମାର କହିଛନ୍ତି ଯେ, ଆମେ ୧୦ନିଯୋଗର କର୍ମକର୍ତ୍ତାଙ୍କୁ ୨୫ ତାରିଖ ସୁଦ୍ଧା ସେବାୟତମାନଙ୍କ ତାଲିକା ଦେବାକୁ କହିଛୁ। ଏହି ତାଲିକା ମିଳିବା ପରେ କେଉଁ ସେବାୟତଙ୍କୁ ନେଇ ନୀତି ସମ୍ପାଦିତ ହେବ ତାହା ଚୂଡ଼ାନ୍ତ କରାଯିବ। ତେବେ ଭଲ କଥା ହେଲା, କଟକଣା ମଧ୍ୟରେ ମହାପ୍ରଭୁଙ୍କ ସ୍ନାନଯାତ୍ରା ସମାପନ ଲାଗି ସମସ୍ତେ ରାଜି ହୋଇଛନ୍ତି। ଅନ୍ୟପକ୍ଷରେ ପୁରୀ ଜିଲ୍ଲାପାଳ ବଲଓ୍ଵାନ୍ତ ସିଂ କହିଛନ୍ତି ଯେ, ଲକ୍‌ଡାଉନ୍‌ କଟକଣାକୁ ମାନି  ନୀତି ସଂପନ୍ନ କରିବାକୁ ସମସ୍ତେ ରାଜି ହୋଇଛନ୍ତି। ସ୍ୱଳ୍ପଲୋକଙ୍କୁ ନେଇ ନୀତି କରାଯିବାକୁ ନେଇ ସେବାୟତମାନେ ରାଜି ହୋଇଛନ୍ତି।

ଅନ୍ୟପକ୍ଷରେ ସ୍ନାନଯାତ୍ରା ଲାଗି ବାଟ ଫିଟିବା ସହ ମହାପ୍ରଭୂ ଅଣସରରେ ରହିବା ମଧ୍ୟ ଏକ ପ୍ରକାର ନିଶ୍ଚିତ ହୋଇଛି। ତେବେ ଆଜିର ବୈଠକରେ ରଥଯାତ୍ରାର ରୂପରେଖ ଲାଗି କୌଣସି ଆଲୋଚନା ହୋଇ ନଥିବା ସୂଚନା ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe