ସୁନା କୂଅର ୧୦୮ ଗରା ସୁବାସିତ ଜଳରେ ସ୍ନାନ କଲେ ଶ୍ରୀଜିଉ

ସୁନା କୂଅର ୧୦୮ ଗରା ସୁବାସିତ ଜଳରେ ସ୍ନାନ କଲେ ଶ୍ରୀଜିଉ

ପୁରୀ: ରଥଯାତ୍ରାର ଆଦ୍ୟପର୍ବ ପବିତ୍ର ଦେବସ୍ନାନ ପୂର୍ଣ୍ଣିମା ଆଜି ସଂପୂର୍ଣ୍ଣ ନୀତିବିଧି ସହକାରେ ଅନୁଷ୍ଠିତ ହେଉଛି। ଶ୍ରୀମନ୍ଦିରରୁ ବାହାରି ସ୍ନାନବେଦୀରେ ସୁନା କୂଅର ୧୦୮ ଗରା ସୁବାସିତ ଜଳରେ ସ୍ନାନ କରୁଛନ୍ତି ଶ୍ରୀଜିଉ। ରତ୍ନ ସିଂହାସନରେ ଦର୍ଶନ ଦେଉଥିବା ଚତୁର୍ଦ୍ଧାମୂର୍ତ୍ତି ଆଜି ଅଗଣିତ ଭକ୍ତଙ୍କୁ ସ୍ନାନବେଦୀରୁ ଦର୍ଶନ ଦେଉଛନ୍ତି। ଦୁଇବର୍ଷ ପରେ ପୁଣିଥରେ ଭକ୍ତ ଓ ଭଗବାନଙ୍କ ମହାମିଳନ ହୋଇଛି।
ରାତି ସାଢ଼େ ୩ଟାରେ ଡୋରଲାଗି ଓ ପୁଷ୍ପାଞ୍ଜଳି ପରେ ଭୋର ୪ଟାରୁ ଶ୍ରୀଜିଉଙ୍କ ପହଣ୍ଡି(ଧାଡ଼ି ପହଣ୍ଡି) ଆରମ୍ଭ ହୋଇଥିଲା। ସକାଳ ୭ଟା ୪୦ ସୁଦ୍ଧା ପହଣ୍ଡି ଶେଷପରେ ସ୍ନାନନୀତି ଆରମ୍ଭ ହୋଇଛି। ମଦନମୋହନ ବିଜେ-୭ଟା ୫୫, ମଙ୍ଗଳ ଆଳତୀ ୮ଟା.୧୦, ମଇଲମ-୮ଟା୧୫, ତଡପଲାଗି ବେଶ-୮ଟା୨୫, ଅଧରପୋଛା ୮ଟା ୪୫ ଓ ଅବକାଶ ନୀତି ୯ଟା୨୦ରେ ସରିଥିଲା।

publive-image

ଛେରା ପହଁରା ପରେ ଗଜ ବେଶ ଆରମ୍ଭ ହେବ। ଏହିସମୟରେ ଭକ୍ତମାନେ ସ୍ନାନବେଦି ତଳେ ଅସ୍ଥାୟୀ ରାମ୍ପ୍ ଦେଇ ମହାପ୍ରଭୁଙ୍କ ଦର୍ଶନ କରିପାରିବେ। ପରେ ସଂଧ୍ୟା ୬ଟାରୁ ସାହାଣମେଲା ଦର୍ଶନ ଆରମ୍ଭ ହେବ। ରାତି ସାଢ଼େ ୯ଟାରେ ସାହାଣମେଲା ଦର୍ଶନ ବନ୍ଦ ପରେ ରାତି ୧୦ଟାରେ ବାହୁଡ଼ା ପହଣ୍ଡି (ଗୋଟି ପହଣ୍ଡି) ଆରମ୍ଭ ହେବ। ଏଥିପାଇଁ ସ୍ନାନବେଦୀକୁ ରଙ୍ଗ ସହ ଆଲୋକମାଳାରେ ସୁସଜ୍ଜିତ କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe