ସ୍ନାନଯାତ୍ରା: ଶ୍ରୀକ୍ଷେତ୍ରରେ ମୁଖ୍ୟମନ୍ତ୍ରୀ

Advertisment

ରଥଯାତ୍ରା ପୂର୍ବରୁ ମହାପ୍ରଭୁଙ୍କର ସମ୍ପନ୍ନ ହେଉଥିବା ସ୍ନାନଯାତ୍ରାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଯୋଗ ଦେଇଛନ୍ତି। ମୁଖ୍ୟମନ୍ତ୍ରୀ ସୋସିଆଲ ମିଡ଼ିଆ ଏକ୍ସରେ ସ୍ନାନଯାତ୍ରା ଅବସରରେ ଶୁଭେଚ୍ଛା ଜଣାଇଛନ୍ତି...

ରଥଯାତ୍ରା ପୂର୍ବରୁ ମହାପ୍ରଭୁଙ୍କର ସମ୍ପନ୍ନ ହେଉଥିବା ସ୍ନାନଯାତ୍ରାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଯୋଗ ଦେଇଛନ୍ତି। ମୁଖ୍ୟମନ୍ତ୍ରୀ ସୋସିଆଲ ମିଡ଼ିଆ ଏକ୍ସରେ ସ୍ନାନଯାତ୍ରା ଅବସରରେ ଶୁଭେଚ୍ଛା ଜଣାଇଛନ୍ତି...

Snana Yatra: Chief Minister in Srikshetra

Snana Yatra: Chief Minister in Srikshetra Photograph: (sambad.in)

ପୁରୀ: ରଥଯାତ୍ରା ପୂର୍ବରୁ ମହାପ୍ରଭୁଙ୍କର ସମ୍ପନ୍ନ ହେଉଥିବା ସ୍ନାନଯାତ୍ରାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଯୋଗ ଦେଇଛନ୍ତି। ମୁଖ୍ୟମନ୍ତ୍ରୀ ସୋସିଆଲ ମିଡ଼ିଆ ଏକ୍ସରେ ସ୍ନାନଯାତ୍ରା ଅବସରରେ ଶୁଭେଚ୍ଛା ଜଣାଇଛନ୍ତି।

ମୁଖ୍ୟମନ୍ତ୍ରୀ ଲେଖିଛନ୍ତି, ପବିତ୍ର ଦେବସ୍ନାନ ପୂର୍ଣ୍ଣିମା ଅବସରରେ ସମସ୍ତଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଓ ଶୁଭକାମନା। ମହାପ୍ରଭୁଙ୍କ ନିକଟରେ ସମସ୍ତଙ୍କ ସୁଖ, ସମୃଦ୍ଧି ଓ ମଙ୍ଗଳମୟ ଜୀବନ ପାଇଁ ପ୍ରାର୍ଥନା କରୁଛି।

ବୁଧବାର ସ୍ନାନ ପୂର୍ଣ୍ଣିମାରେ ଶ୍ରୀଜିଉଙ୍କ ସ୍ନାନଯାତ୍ରା ପାଇଁ ଶ୍ରୀକ୍ଷେତ୍ର ଚଳଚଞ୍ଚଳ  ହୋଇ ଉଠିଛି। ଧାଡ଼ି ପହଣ୍ଡିରେ ଚତୁର୍ଦ୍ଧାମୂର୍ତ୍ତି ରତ୍ନବେଦୀରୁ ସ୍ନାନବେଦୀରେ ବିଜେ କରିଛନ୍ତି । ପ୍ରଥମେ ଚକ୍ରରାଜ ଶ୍ରୀସୁଦର୍ଶନଙ୍କ ପରେ ବଡ଼ବାଡ଼ଗ୍ରାହୀ ଶ୍ରୀବଳଭଦ୍ର ଧାଡି ପହଣ୍ଡିରେ ଆସିଥିଲେ । ବଡ଼ଭାଇଙ୍କ ପରେ ମା’ ସୁଭଦ୍ରାଦେବୀ ଆସି ଚକାରେ ବିଜେ କରିଥିଲେ।    ଶେଷରେ ଧାଡି ପହଣ୍ଡିରେ କୋଟି ଓଡ଼ିଆର ମଉଡମଣୀ ବ୍ରହ୍ମାଣ୍ଡଗୋସାଇଁ ପ୍ରଭୁ ଶ୍ରୀଜଗନ୍ନାଥ ଚକାରେ ବିଜେ କରିଛନ୍ତି । 

puri | Puri Jagannath temple | Snan Purnima | CM Mohan Charan Majhi

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe