ସ୍ନେହାଙ୍ଗିନୀ-ନୀହାର ବାକ୍‌ଯୁଦ୍ଧ

Advertisment

କଳା ଚଷମା ପିନ୍ଧିଛନ୍ତି ବିରୋଧୀ: ସ୍ନେହାଙ୍ଗିନୀ

କଳା ଚଷମା ପିନ୍ଧିଛନ୍ତି ବିରୋଧୀ: ସ୍ନେହାଙ୍ଗିନୀ

ସ୍ନେହାଙ୍ଗିନୀ-ନୀହାର ବାକ୍‌ଯୁଦ୍ଧ

ବରଗଡ଼: ଅତାବିରା ନିର୍ବାଚନମଣ୍ଡଳୀରେ ଏଥର ରାଜନୈତିକ ରସାୟନ ବଦଳିଛି। ଏହାରି ଭିତରେ ବିଧାୟିକା ସ୍ନେହାଙ୍ଗିନୀ ଛୁରିଆ ଓ ବିଜେପି ପ୍ରାର୍ଥୀ ନୀହାର ମହାନନ୍ଦ ବାକ୍‌ଯୁଦ୍ଧରେ ଲିପ୍ତ ହୋଇଯାଇଛନ୍ତି। ପ୍ରଚାର ମଇଦାନରେ ଉଭୟଙ୍କ ବାକ୍‌ଯୁଦ୍ଧ ଏବେ ଅତାବିରା ନିର୍ବାଚନମଣ୍ଡଳୀରେ ଚର୍ଚ୍ଚାର ବିଷୟ ହୋଇଛି। କିଛିଦିନ ତଳେ ଅତାବିରା ନିର୍ବାଚନମଣ୍ଡଳୀରେ ବିଜେଡି ସାଂସଦ ପ୍ରାର୍ଥୀ ପରିଣୀତା ମିଶ୍ରଙ୍କୁ ସ୍ୱାଗତ କାର୍ଯ୍ୟକ୍ରମ ଥିଲା। ଠିକ୍‌ ସେହିସମୟରେ ବିଧାୟିକା ସ୍ନେହାଙ୍ଗିନୀ ବିରୋଧୀଙ୍କ ଉଦ୍ଦେଶ୍ୟରେ କହିଥିଲେ, ଯେଉଁଠି ଠିଆହୋଇ ଦେଖିବେ ଅତାବିରା ନିର୍ବାଚନମଣ୍ଡଳୀରେ ବିକାଶ ଦେଖାଯିବ। ଚାରିକଡ଼କୁ ବିରୋଧୀ ଅନାନ୍ତୁ। ଦେଖନ୍ତୁ କ’ଣ ବିକାଶ ହୋଇଛି? ଯୁଆଡ଼କୁ ଗଲେ କେବଳ ଫଳକ ହିଁ ଫଳକ। କଳା ଚଷମା ପିନ୍ଧି ଦେଖିଲେ, ସବୁ ଜିନିଷ କଳା ଦେଖାଯିବ ବୋଲି କହିଥିଲେ।

କଳା ଚଷମା ପିନ୍ଧିଛନ୍ତି ବିରୋଧୀ: ସ୍ନେହାଙ୍ଗିନୀ
କଳା ଚଷମା ଖୋଲି ଏଥର ଜବାବ ଦିଆଯିବ: ନୀହାର

ଏହାର ପାଲଟା ଜବାବରେ ବିଜେପି ପ୍ରାର୍ଥୀ ନୀହାର କହିଥିଲେ, ଆମେ ମାନୁଛୁ କଳା ଚଷମା ପିନ୍ଧିଛୁ। ଏଥିପାଇଁ ୧୦ ବର୍ଷ ହେଲା ଶାସନ କରୁଥିଲ। ବିକାଶ ନାଁରେ ହରିଲୁଟ୍‌ ହେଉଥିଲା। ଚାଷୀଙ୍କ ପେଟରେ ଲାତ ମାରି କଟ୍‌ନିଛଟ୍‌ନି ନାଁରେ ବିଧାୟିକାଙ୍କ ଘରକୁ ଟଙ୍କା ଯାଉଥିଲା। ଫଳକ କଥା କହୁଛନ୍ତି, ବିଧାୟିକା ଯୁଆଡ଼େ ଗଲେ ନଡ଼ିଆ ପିଟନ୍ତି। କିନ୍ତୁ କ’ଣ କାମ ଓ କେତେ କାମ ହୋଇଛି? ଫଳକ ଲଗାଇଦେଲେ କଣ ବିକାଶ ହୁଏ ବୋଲି ପ୍ରଶ୍ନ କରିବା ସହ ଏଥର କଳା ଚଷମା ଲୋକେ ଖୋଲିବେ ଏବଂ ଜବାବ ଦିଆଯିବ ବୋଲି କହିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe