ସ୍ନେହାଙ୍ଗିନୀ ଛୁରିଆ ହୋଇପାରନ୍ତି ବାଚସ୍ପତି

Advertisment
ସ୍ନେହାଙ୍ଗିନୀ ଛୁରିଆ ହୋଇପାରନ୍ତି ବାଚସ୍ପତି

ଭୁବନେଶ୍ବର: ସେପ୍ଟେମ୍ବର ୨୨ରୁ ଆରମ୍ଭ ହେବ ବିଧାନସଭାର ମୌସୁମୀ ଅଧିବେଶନ। ଏହାପୂର୍ବରୁ ସେପ୍ଟେମ୍ବର ୨୧ରେ ବାଚସ୍ପତି ନିର୍ବାଚନ ହେବ। ଏଥିପାଇଁ ଆସନ୍ତା ୧୮ତାରିଖରେ ନାମାଙ୍କନପତ୍ର ଦାଖଲ ହେବ। ହେଲେ ବିଜେଡି ଶିବିରରେ ଆଲୋଚନା ହେଉଛି ଯେ ଏଥର ଅତାବିରା ବିଧାୟିକା ସ୍ନେହାଙ୍ଗିନୀ ଛୁରିଆଙ୍କୁ ବାଚସ୍ପତି କରାଯାଇପାରେ। ଆସନ୍ତା ସାଧାରଣ ନିର୍ବାଚନ ପୂର୍ବରୁ ବିଜେଡି ମହିଳା କାର୍ଡ ଖେଳିବାକୁ ଚାହୁଁଥିବାରୁ ସ୍ନେହାଙ୍ଗିନୀଙ୍କୁ ଓଡ଼ିଶା ବିଧାନସଭାର ପ୍ରଥମ ମହିଳା ବାଚସ୍ପତି କରିବାକୁ ଆପାତତଃ ଯୋଜନା ଚାଲିଥିବା ସୂଚନା ମିଳୁଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe