ନିର୍ବାଚନୀ ହିଂସା : ସୁନ୍ଦରଗଡ଼ ବିଜେଡି ବିଧାୟକ ପ୍ରାର୍ଥୀଙ୍କ ଦୁଇ ଭାଇଙ୍କୁ ଭୁଜାଲିରେ ଆକ୍ରମଣ, ୩ ଆହତ

Advertisment
ନିର୍ବାଚନୀ ହିଂସା : ସୁନ୍ଦରଗଡ଼ ବିଜେଡି ବିଧାୟକ ପ୍ରାର୍ଥୀଙ୍କ ଦୁଇ ଭାଇଙ୍କୁ  ଭୁଜାଲିରେ ଆକ୍ରମଣ, ୩ ଆହତ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲ୍ଲା ଅନ୍ତର୍ଗତ ସର୍ଗିପାଲି ଅଞ୍ଚଳରେ ଗତକାଲି ବିଳମ୍ବିତ ରାତିରେ ନିର୍ବାଚନୀ ହିଂସା ଘଟିଥିବା ଜଣାଯାଇଛି। ମିଳିଥିବା ସୂଚନା ଅନୁଯାୟୀ ସୁନ୍ଦରଗଡ଼ ସଂରକ୍ଷିତ ଆସନର ବିଜେଡି ବିଧାୟକ ପ୍ରାର୍ଥୀ ଯୋଗେଶ ସିଂହଙ୍କ ୨ ଭାଇ ରାତି ପ୍ରାୟ ୧ଟା ୪୫ ମିନିଟରେ ସର୍ଗିପାଲିର ଏକ ପଡ଼ାକୁ ଯାଇଥିଲେ। ଠିକ୍ ସେହି ସମୟରେ ୬/୭ ଜଣ ଲୋକ ସେଠାରେ ପହଞ୍ଚି ଲୋକଙ୍କୁ ବିଜେଡି ଲାଗି ପଇସା ବାଣ୍ଟୁଛ ବୋଲି କହି ସେମାନଙ୍କ ଉପରେ ଅତର୍କିତ ଆକ୍ରମଣ କରିଥିଲେ। ସେମାନେ ଯୋଗେଶ ସିଂହଙ୍କ ୨ ଭାଇ ନରେଶ ପ୍ରତାପ ସିଂହ , ରିତେଶ ସିଂହ ଏବଂ ତାଙ୍କ ସହଯୋଗୀ ସୁମନ୍ତ ପଟେଲଙ୍କୁ ଭୁଜାଲିରେ ଆକ୍ରମଣ କରିଥିଲେ।

publive-image

ଆହତମାନଙ୍କୁ ଲହୁଲୁହାଣ ଅବସ୍ଥାରେ ନିକଟସ୍ଥ ସର୍ଗିପାଲି ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ପୁଲିସ ଏହି ଘଟଣା ତଦନ୍ତ ଚଳାଇଛି। ବିଜେଡି ବିଧାୟକ ପ୍ରାର୍ଥୀ ଯୋଗେଶ ସିଂହ ଅଭିଯୋଗ କରିଛନ୍ତି ଯେ ବିଜେପିର ବିଧାୟକ ପ୍ରାର୍ଥୀ କୁସୁମ ଟେଟେ ଏବଂ ତାଙ୍କ ପତି ଅଜୟ ପଟେଲଙ୍କର ଏଥିରେ ହାତ ରହିଛି। ଅପର ପକ୍ଷରେ ବିଜେପିର ସୁନ୍ଦରଗଡ଼ ବିଧାୟକ ପ୍ରାର୍ଥୀ କୁସୁମ ଟେଟେ ଏହାକୁ ଖଣ୍ଡନ କରିଥିବା ଜଣାଯାଇଛି। ବିଜେପି ବିଧାୟକ ପ୍ରାର୍ଥୀ କୁସୁମ ଟେଟେ କହିଛନ୍ତି,“ ବିଜେଡି କର୍ମୀମାନେ ରାଏବଗା ଗାଁରେ ଟଙ୍କା ବାଣ୍ଟୁଥିଲେ।  ଗ୍ରାମବାସୀମାନେ ଏହାକୁ ବିରୋଧ କରିଥିଲେ। ଏହାକୁ ନେଇ ଆକ୍ରମଣ ହୋଇଥିଲା।”

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe