ସ୍ନିଗ୍ଧା ପଟ୍ଟନାୟକଙ୍କୁ ମଦରଟେରେସା ହ୍ୟୁମାନିଟି ଆୱାର୍ଡ

Advertisment
ସ୍ନିଗ୍ଧା ପଟ୍ଟନାୟକଙ୍କୁ ମଦରଟେରେସା ହ୍ୟୁମାନିଟି ଆୱାର୍ଡ

ଭୁବନେଶ୍ବର : କେନ୍ଦ୍ର ସୂଚନା ଓ ପ୍ରସାରଣ ବିଭାଗ ପକ୍ଷରୁ ଦିଲ୍ଲୀର ଫରିଦାବାଦ, ହରିଆନ‌ାରେ ଗତ ଡିସେମ୍ବର ୨୧ରେ ଆୟୋଜିତ ଏକ ସମ୍ମିଳନୀରେ ସ୍ନିଗ୍ଧା ପଟ୍ଟନାୟକଙ୍କୁ ‘ମଦରଟେରେସା ହ୍ୟୁମାନିଟି ଆୱାର୍ଡ’ ପ୍ରଦାନ କରାଯାଇଛି।

କେନ୍ଦୁଝର ଜିଲ୍ଲାର ଘଟଗାଁ ଏବଂ ହରିଚନ୍ଦନ ବ୍ଳକର ବିଭିନ୍ନ ଗ୍ରାମରେ କୃଷି, ଶିକ୍ଷା, ସ୍ବାସ୍ଥ୍ୟ, ନିଶା ନିବାରଣ, ପରିବେଶ ସୁରକ୍ଷା, ମହିଳା ଓ ଶିଶୁଙ୍କ ବିକାଶ ସମ୍ପର୍କିତ ବିଭିନ୍ନ ଉନ୍ନତିମୂଳକ କାର୍ଯ୍ୟକ୍ରମ ଏବଂ ବାର୍ତ୍ତା ପ୍ରଦାନ କରି ବେଶ ଆଦୃତିଲାଭ କରିପାରିଛି କେନ୍ଦ୍ର ସୂଚନା ଓ ପ୍ରସାରଣ ବିଭାଗରୁ ସ୍ବୀକୃତିପ୍ରାପ୍ତ ରେଡିଓ ‘ସ୍ବାଗତମ୍‌’ (ଏଫ୍‌ଏମ୍‌-୯୧.୨)। ଏହି ରେଡିଓର ଉତ୍ତମ ପରିଚଳାନା, ସମାଜସେବା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଏହାର ଚେୟାରମ୍ୟାନ ସ୍ନିଗ୍ଧା ପଟ୍ଟନାୟକଙ୍କୁ ଏହି ସମ୍ମାନଜନକ ଆୱାର୍ଡ ପ୍ରଦାନ କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe