ଦାରିଙ୍ଗବାଡ଼ିରେ ତୁଷାରପାତ ଜାରି

Advertisment

କନ୍ଧମାଳରେ ଥଣ୍ଡାଲହରୀ ସାଙ୍ଗକୁ ଘନକୁହୁଡ଼ି ଜାରି ରହିଛି। ଲଗାତର ତୃତୀୟ ଦିନ ଆଜି ଦାରିଙ୍ଗବାଡ଼ି ଅଞ୍ଚଳରେ ତୁଷାରପାତ ହୋଇଛି। ରାଜ୍ୟର ସବୁଠୁ ଥଣ୍ଡା ସହର ଘୁ.ଉଦୟଗିରିରେ ଆଜି ସର୍ବନିମ୍ନ ତାପମାତ୍ରା ୫.୨ ଡିଗ୍ରି ସେଲ୍‌ସିୟସ୍‌ ରେକର୍ଡ...

କନ୍ଧମାଳରେ ଥଣ୍ଡାଲହରୀ ସାଙ୍ଗକୁ ଘନକୁହୁଡ଼ି ଜାରି ରହିଛି। ଲଗାତର ତୃତୀୟ ଦିନ ଆଜି ଦାରିଙ୍ଗବାଡ଼ି ଅଞ୍ଚଳରେ ତୁଷାରପାତ ହୋଇଛି। ରାଜ୍ୟର ସବୁଠୁ ଥଣ୍ଡା ସହର ଘୁ.ଉଦୟଗିରିରେ ଆଜି ସର୍ବନିମ୍ନ ତାପମାତ୍ରା ୫.୨ ଡିଗ୍ରି ସେଲ୍‌ସିୟସ୍‌ ରେକର୍ଡ...

dgdgdg

ଦାରିଙ୍ଗବାଡ଼ି/ଘୁ.ଉଦୟଗିରି: କନ୍ଧମାଳରେ ଥଣ୍ଡାଲହରୀ ସାଙ୍ଗକୁ ଘନକୁହୁଡ଼ି ଜାରି ରହିଛି। ଲଗାତର ତୃତୀୟ ଦିନ ଆଜି ଦାରିଙ୍ଗବାଡ଼ି ଅଞ୍ଚଳରେ ତୁଷାରପାତ ହୋଇଛି। ରାଜ୍ୟର ସବୁଠୁ ଥଣ୍ଡା ସହର ଘୁ.ଉଦୟଗିରିରେ ଆଜି ସର୍ବନିମ୍ନ ତାପମାତ୍ରା ୫.୨ ଡିଗ୍ରି ସେଲ୍‌ସିୟସ୍‌ ରେକର୍ଡ ହୋଇଥିବା କୃଷି ପାଣିପାଗ ଗବେଷଣା କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି।

ଆଜି ଫୁଲବାଣୀରେ ସର୍ବନିମ୍ନ ତାପାମାତ୍ରା ୬.୮ ଡିଗ୍ରି ଓ ଦାରିଙ୍ଗବାଡ଼ି‌ ଅଞ୍ଚଳରେ ସର୍ବନିମ୍ନ ତାପାମାତ୍ରା ୮ ଡିଗ୍ରି ସେଲ୍‌ସିୟସ ରହିଥିଲା। ଦାରିଙ୍ଗବାଡ଼ି ସମେତ ସିମନବାଡ଼ି, ବାଡ଼ାବାଙ୍ଗା, ପରପଙ୍କା, କୁତୁବାଡି, ଗ୍ରୀନବାଡ଼ି, ଶ୍ରାନିକେତା ଆଦି ଅଞ୍ଚଳର ବିଭିନ୍ନ ସ୍ଥାନରେ ତୁଷାରପାତ ହୋଇଥିବା ଦେଖିବାକୁ ମିଳିଛି। ଏମିତିରେ ଶୀତ ଲହରୀ ସାଙ୍ଗକୁ ତୁଷାରପାତ ଯୋଗୁଁ ପର୍ଯ୍ୟଟକଙ୍କ ସୁଅ ଛୁଟୁଥିବା ଓ ପର୍ଯ୍ୟଟକ ବେଶ୍‌ ମଜା ଉଠାଉଥିବା ଦେଖାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe