ବେଲଘରରେ ତୁଷାରପାତ

Advertisment

କନ୍ଧମାଳ ଜାଡ଼ରେ ଜନଜୀବନ ଅସ୍ତବ୍ୟସ୍ତ

କନ୍ଧମାଳ ଜାଡ଼ରେ ଜନଜୀବନ ଅସ୍ତବ୍ୟସ୍ତ

ବେଲଘରରେ ତୁଷାରପାତ

ତୁମୁଡ଼ିବନ୍ଧ : ବର୍ଷ ଶେଷ ହେବାକୁ ଆସୁଥିବା ବେଳେ କନ୍ଧମାଳ ଜିଲ୍ଲାରେ ଜାଡ଼ର ପରିମାଣ ବଢିବାରେ ଲାଗିଛି। ଥଣ୍ଡାର ପ୍ରକୋପରେ ସମଗ୍ର ଜିଲ୍ଲା ଥରୁଥିବା ବେଳେ ତୁମୁଡ଼ିବନ୍ଧ ବ୍ଲକ ବେଲଘରରେ ତୁଷାରପାତ ଅନୁଭୂତ ହୋଇଛି। ଗତ ୪ରୁ ୫ ଦିନ ହେଲା ଏଭଳି ସ୍ଥିତି ଜାରି ରହିଛି।

ବେସରକାରୀ ଭାବେ ମିଳିଥିବା ରିପୋର୍ଟ ଅନୁସାରେ, ବେଲଘରରେ ଆଜି ତାପମାତ୍ରା ୩ ଡିଗ୍ରୀ ରହିଥିଲା। ସେହିପରି ଗୁମା ପଞ୍ଚାୟତର ରଗାମାରା ଠାରେ ଏକ ପଡ଼ିଆରେ ଆଜି ତୁଷାରପାତ ହୋଇଥିବା ଦେଖିବାକୁ ମିଳିଥିଲା । ପ୍ରବଳ ଥଣ୍ଡା ସହ ତୁଷାରପାତ ଯୋଗୁଁ ବେଲଘର ଠାରେ ଜନଜୀବନ ଅସ୍ତବ୍ୟସ୍ତ ହୋଇ ଥିବା ଜଣାପଡ଼ିଛି। ସନ୍ଧ୍ୟା ୭ଟାରୁ ସକାଳ ୮ଟା ପର୍ଯ୍ୟନ୍ତ ପ୍ରବଳ ଥଣ୍ଡା ହେଉଥିବା ବେଳେ ଦିନତମାମ କୋହଲା ପବନ ବୋହୁଛି । ସନ୍ଧ୍ୟା ୭ଟା ହେଲେ ଦୋକାନ ବନ୍ଦ ହୋଇଯାଉଥିବା ଦେଖିବାକୁ ମିଳିଛି। ବିଶେଷକରି ଏହି ଅଞ୍ଚଳରେ ରହୁଥିବା ଆଦିମ ଆଦିବାସୀ କୁଟିଆ କନ୍ଧ ମାନେ ନାହିଁ ନଥିବା ଅସୁବିଧା ଭୋଗୁଛନ୍ତି।

ଶୀତରୁ ରକ୍ଷା ପାଇବା ପାଇଁ ନିଆଁ ସେମାନଙ୍କ ପାଇଁ ଏକମାତ୍ର ସାହାଭରସା ପାଲଟିଥିବା ବେଳେ ରାଜ୍ୟ ସରକାର ଓ ପ୍ରଶାସନ ପକ୍ଷରୁ ବର୍ତମାନ ସୁଦ୍ଧା ସେମାନଙ୍କୁ କମ୍ବଳଟିଏ ବି ପ୍ରଦାନ କରାଯାଇ ନାହିଁ। ଥଣ୍ଡା ସାଙ୍ଗକୁ ତୁଷାରପାତ କାରଣରୁ ଜରୁରିକାଳୀନ ଭିତ୍ତିରେ ରିଲିଫ୍‌ କୋଡ୍‌ ଅନୁଯାୟୀ ତୁରନ୍ତ ସେମାନଙ୍କୁ ସହାୟତା ଯୋଗାଇ ଦେବାକୁ ବିଭିନ୍ନ ମହଲରେ ଦାବି ହୋଇଛି। ସେହିପରି ତୁମୁଡ଼ିବନ୍ଧ, କୁର୍ତ୍ତମଗଡ଼, ସିର୍ଲା, କରୁକୁଡ଼ୁପା, ମୁଣ୍ଡିଗଡ଼, ଲଙ୍କାଗଡ଼, ଝିରିପାଣି, ବିଲାମାଳ, ଗୁମା ସମେତ ବିଭିନ୍ନ ଅଞ୍ଚଳରେ ବି ପ୍ରବଳ ଥଣ୍ଡା ଅନୁଭୂତ ହେଉଛି। କିଛି ସ୍ଥାନରେ ଥଣ୍ଡା କାରଣରୁ ପକ୍ଷୀ ମାନେ ମରିଯାଉଥିବା କୁହାଯାଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe