ଓଡ଼ିଶାରେ ଗୋଷ୍ଠୀ ସଂକ୍ରମଣ ହୋଇଥିବାର କୌଣସି ପ୍ରମାଣ ଏଯାବତ୍ ମିଳିନାହିଁ, ସମାଜିକ ଦୂରତ୍ବ ଜାରି ରଖନ୍ତୁ : ମୁଖ୍ୟ ଶାସନ ସଚିବ

Advertisment
ଓଡ଼ିଶାରେ ଗୋଷ୍ଠୀ ସଂକ୍ରମଣ ହୋଇଥିବାର କୌଣସି ପ୍ରମାଣ ଏଯାବତ୍ ମିଳିନାହିଁ, ସମାଜିକ ଦୂରତ୍ବ ଜାରି ରଖନ୍ତୁ : ମୁଖ୍ୟ ଶାସନ ସଚିବ

ଭୁବନେଶ୍ବର: ଓଡ଼ିଶାରେ କରୋନା ଭୂତାଣୁର ଗୋଷ୍ଠୀ ସଂକ୍ରମଣ ହୋଇନାହିଁ। ରାଜ୍ୟରେ ସାମୂହିକ ସଂକ୍ରମଣ ହେବାର କୌଣସି ପ୍ରମାଣ ଏଯାବତ୍ ମିଳିନାହିଁ ବୋଲି କହିଛନ୍ତି ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ। ଆଜି ମଧ୍ୟାହ୍ଣ ୧୨.୩୦ରେ ଏକ ସ୍ବତନ୍ତ୍ର ସାମ୍ବାଦିକ ସମ୍ମିଳନୀ କରି କହିଛନ୍ତି ଯେ ରାଜଧାନୀର ସୂର୍ଯ୍ୟନଗର ସଂକ୍ରମଣ ସ୍ଥାନୀୟ ଲିଙ୍କରୁ ହୋଇନାହିଁ। ଏହା କୋଲକାତାରୁ ଆସିଛି। ସେହିଭଳି ବମିଖାଲରେ ୩ ଜଣଙ୍କଠାରେ ହୋଇଥିବା ସଂକ୍ରମଣ ଭୋପାଳରୁ ଆସିଥିଲା ବୋଲି ଜଣାପଡ଼ିଛି। ତେଣୁ ରାଜ୍ୟରେ ଗୋଷ୍ଠୀ ସଂକ୍ରମଣର କୌଣସି ପ୍ରମାଣ ମିଳିନାହିଁ।

publive-image

ଏଥସହ ମୁଖ୍ୟଶାସନ ସଚିବ କହିଛନ୍ତି ଯେ ଆମକୁ ସଟଡାଉନ୍ ଓ ଲକଡାଉନରୁ ସୁଫଳ ମିଳୁଛି। ସଂକ୍ରମଣର ପ୍ରସାରକୁ ରୋକାଯାଇପାରୁଛି। ତେଣୁ କରୋନା ସଂକ୍ରମଣକୁ ରୋକିବାର ଏକମାତ୍ର ସଫଳ ଉପାୟ ହେଉଛି ସାମାଜିକ ଦୂରତ୍ବ ଅବଲମ୍ବନ କରିବା। .ତେଣୁ ନିଜକୁ ବଞ୍ଚାଇବାକୁ ଓ ନିଜ ପରିବାରକୁ ବଞ୍ଚାଇବାକୁ ସାମାଜିକ ଦୂରତ୍ବ ଅବଲମ୍ବନ କରନ୍ତୁ।

ଏଥିସହ ସେ କହିଥିଲେ, ଭୁବନେଶ୍ବର, କଟକ ଓ ଭଦ୍ରକରେ ସଟଡାଉନ୍ ସଫଳ ହୋଇଛି । ଜନସାଧାରଣଙ୍କୁ ଧନ୍ୟବାଦ ।୧୦୦ ପ୍ରତିଶତ ଲୋକ ଆମ କଥାକୁ ମାନିଛନ୍ତି । ଏହାକୁ ସଫଳ କରିବାରେ ପୋଲିସ କର୍ମୀଙ୍କ ବହୁ ଭୂମିକା ରହିଛି, ସେମାନଙ୍କୁ  ଧନ୍ୟବାଦ।

ପୂର୍ବରୁ  ଡିଏମଇଟି ଡା.ସିବିକେ ମହାନ୍ତିଙ୍କ ସୂଚନା ଦେଇଥିଲେ ଯେ ବର୍ତ୍ତମାନ ସୁଦ୍ଧା.ଗୋଷ୍ଠୀ ସଂକ୍ରମଣ ହୋଇନାହିଁ । କରୋନା ଏବେ ଷ୍ଟେଜ-୨ ସ୍ଥିତିରେ ରହିଛି । ଭୁବନେଶ୍ବରରେ ପକେଟ୍ ସ୍ପ୍ରେଡିଂ ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe