ଆଦିତ୍ୟ ଦାସ ମୃତ୍ୟୁ ମାମଲା : ପୁରୁଷୋତ୍ତମ ଏକ୍ସପ୍ରେସ ଡ୍ରାଇଭର କହିଲେ ସେଦିନ କାହାକୁ ଧକ୍କା ଦେଇନାହିଁ, ପତ୍ନୀଙ୍କୁ ପଚରାଉଚରା

ଆଦିତ୍ୟ ଦାସ ମୃତ୍ୟୁ ମାମଲା : ପୁରୁଷୋତ୍ତମ ଏକ୍ସପ୍ରେସ ଡ୍ରାଇଭର କହିଲେ ସେଦିନ କାହାକୁ ଧକ୍କା ଦେଇନାହିଁ, ପତ୍ନୀଙ୍କୁ ପଚରାଉଚରା

ଭୁବ‌ନେଶ୍ବର: ଆଦିତ୍ୟ ଦାସଙ୍କ ମୃତ୍ୟୁ ମାମଲା କ୍ରମେ କ୍ରମେ ନୂଆ ମୋଡ଼ ନେବାରେ ଲାଗିଛି। ବର୍ତ୍ତମାନ ଟ୍ରେନ ଧକ୍କାରେ ତାଙ୍କର ମୃତ୍ୟୁ ନେଇ ସନ୍ଦେହ ଦେଖାଦେଇଛି। ସେଦିନ ପୁରୀ-ନୂଆଦିଲ୍ଲୀ  ପୁରୁଷୋତ୍ତମ ଏକ୍ସପ୍ରେସ ଚଳାଉଥିବା ଡ୍ରାଇଭରଙ୍କ ବୟାନ ଆସିବା ପରେ ଆଦିତ୍ୟଙ୍କ ମୃତ୍ୟୁ ନେଇ ରହସ୍ୟ ବଢ଼ିବାରେ ଲାଗିଛି । ପୁରୁଷୋତ୍ତମ ଏକ୍ସପ୍ରେସର ଡ୍ରାଇଭର ବିଷ୍ଣୁଚରଣ ସେଠୀ କହିଛନ୍ତି, ଘଟଣାଦିନ ଟ୍ରାକରେ ସେ ଚଳାଉଥିବା ଟ୍ରେନ୍ କାହାକୁ ଧକ୍କା ଦେଇନାହିଁ । ଯଦି ବି ସେ ଚଳାଉଥିବା ଟ୍ରେନ କାହାକୁ ଧକ୍କା ଦେଇଥାନ୍ତା, ତେବେ ସେ ପରବର୍ତୀ ଷ୍ଟେସନରେ ତାର ମେମୋ ଦେଇଥାନ୍ତେ । ଅନ୍ୟ ପକ୍ଷରେ ତାଙ୍କ ପତ୍ନୀ ବିଦ୍ୟାଶ୍ରୀଙ୍କୁ ମଧ୍ୟ ପଚରାଉଚରା କରାଯାଇଥିବା ସୂଚନା ରହିଛି । ଜିଆରପିର ଏକ ୫ ଜଣିଆ ଅନୁସନ୍ଧାନକାରୀ ଦଳ ଆଦିତ୍ୟଙ୍କ ପତ୍ନୀଙ୍କୁ ଜେରା କରିଛି।

ସୂଚନା ଅନୁସାରେ ସେଦିନ ସେ ରାତି ପ୍ରାୟ ୮.୧୦ରୁ ୮.୩୦ ମଧ୍ୟରେ ଲିଙ୍ଗରାଜ ଷ୍ଟେସନ ପାସ କରିଥିଲା ପୁରୁଷୋତ୍ତମଏକ୍ସପ୍ରେସ।  ଘଟଣା ଦିନ ପୁରୁଷୋତ୍ତମ ଏକ୍ସପ୍ରେସ ବ୍ୟତୀତ ଗୋଟିଏ ପାର୍ସଲ ଟ୍ରେନ୍ ଓ ମାଲଗାଡି ଲିଙ୍ଗରାଜ ଷ୍ଟେସନ ଦେଇ ଚଳାଚଳ କରିଥିଲା ।

ଗତ ସପ୍ତାହରେ ମାନବପ୍ରେମୀ ଆଦିତ୍ୟ ଦାସଙ୍କ କ୍ଷତବିକ୍ଷତ ମୃତଦେହ ଲିଙ୍ଗରାଜ ଷ୍ଟେସନର ରେଳ ଧାରଣାରୁ ମିଳିଥିଲା । ଏହା ହତ୍ୟା କି ଆତ୍ମହତ୍ୟା ତାହା ଏ ଯାଏଁ ସ୍ପଷ୍ଟ ହୋଇପାରି ନାହିଁ। ସ‌ନ୍ଦେହ ଘେରକୁ ଅନେକ ଲୋକ ଆସିଥିଲେ ମଧ୍ୟ ପୁଲିସ ଏବେ ସତ ପାଖରେ ପହଞ୍ଚିବା ପାଇଁ ତଦନ୍ତ ଚଳାଇଛି। ଘଟଣାରେ ଜିଆରପି ପୁଲିସ ଆଦିତ୍ୟଙ୍କ କିଛି ବନ୍ଧୁଙ୍କୁ ପଚରାଉଚରା କରିଛି।  କିଛି ଦିନ ତଳେ ଆଦିତ୍ୟଙ୍କ ସୁସାଇଡ ନୋଟକୁ ଜବତ କରିଥିଲା ପୁଲିସ। ପ୍ରକୃତରେ ସୁସାଇଡ ନୋଟକୁ ଆଦିତ୍ୟ ଲେଖିଛନ୍ତି ନା ଆଉ କିଏ, ତାହା ଜାଣିବା ପାଇଁ ସୁସାଇଡ ନୋଟକୁ ପରୀକ୍ଷା ଲାଗି ଫରେନସିକ୍ ଲ୍ୟାବ ପଠାଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe