ଭୁବନେଶ୍ବର : ବରିଷ୍ଠ ସମାଜସେବୀ ଦ୍ବାରିକା ମୋହନ ମିଶ୍ରଙ୍କ ଧର୍ମପତ୍ନୀ ଆହ୍ଲାଦିନୀ ମିଶ୍ରଙ୍କ ଆଜି ଭୋର ୪ ଟା ୪୫ମିନିଟ୍ରେ ପରଲୋକ ହୋଇଛି। ସ୍ବର୍ଗତା ମିଶ୍ର ତାଳଚେର ବାଳିକା ଉଚ୍ଚ ବିଦ୍ୟାଳୟର ପ୍ରତିଷ୍ଠାତ୍ରୀ ଥିଲେ ଓ ବିଦ୍ୟାଳୟର ପରିଚାଳନା କମିଟି ସଭାପତି ଭାବେ କାର୍ଯ୍ୟ ତୁଲାଇବା ସହ ନାରୀ କଲ୍ୟାଣ ସମିତିର ସଭାପତି ହିସାବରେ କାର୍ଯ୍ୟ ପରିଚାଳନା କରିଥିଲେ। ଢେଙ୍କାନାଳର କପିଳାସ ପାଦ ଦେଶରେ ନିର୍ମିତ ଶ୍ରୀ ଦତ୍ତାତ୍ରେୟ ସାଇ ଆଶ୍ରମର ପ୍ରାଣ ପ୍ରତିଷ୍ଠାତ୍ରୀ ଭାବେ ସେ ଆଜୀବନ କାର୍ଯ୍ୟରତ ଥିଲେ। ସ୍ବଗର୍ତା ମିଶ୍ର ତାଙ୍କର ୭ ଝିଅ ଓ ଦୁଇ ପୁଅଙ୍କୁ ଅଛନ୍ତି। ତାଙ୍କ ମୃତ୍ୟୁ ଖବର ପାଇ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଗଭୀର ଶୋକ ପ୍ରକାଶ କରିବା ସହିତ ଶୋକସନ୍ତପ୍ତ ପରିବାର ବର୍ଗଙ୍କୁ ସମବେଦନା ଜଣାଇଛନ୍ତି। ସ୍ବର୍ଗତା ମିଶ୍ରଙ୍କ ପରଲୋକରେ ଢେଙ୍କାନାଳ ସମେତ ଭୁବନେଶ୍ବରର ବିଭିନ୍ନ ଅଞ୍ଚଳରେ ଶୋକଛାୟା ଖେଳିଯାଇଛି।
ସମାଜସେବୀ ଆହ୍ଲାଦିନୀ ମିଶ୍ରଙ୍କ ପରଲୋକ
Advertisment
Follow Us