ପାନୁଆଙ୍କୁ ବଜାର ମନା, ସାମାଜିକ ଦୂରତ୍ୱ ୬ଫୁଟ ନ ରହିଲେ ଜରିମାନା

ପାନୁଆଙ୍କୁ ବଜାର ମନା, ସାମାଜିକ ଦୂରତ୍ୱ ୬ଫୁଟ ନ ରହିଲେ ଜରିମାନା

The Financial Express

ଲୋକେ ନ ମାନିଲେ ପୁଲିସକୁ କହିବେ ଦୋକାନୀ
ଅନ୍ୟଥା ଦୋକାନୀଙ୍କ ଲାଇସେନ୍ସ ବାତିଲ୍ ହେବ
ଜୁଲାଇ ୧ ପର୍ଯ୍ୟନ୍ତ ବଳବତ୍ତର ରହିବ କଟକଣା

ଭୁବନେଶ୍ବର : ଦୁଇଜଣ ବ୍ୟକ୍ତିଙ୍କ ମଧ୍ୟରେ ଦୂରତା ଦୁଇମିଟର ବା ୬ ଫୁଟ ରହିବ। ଅର୍ଥାତ୍ ଗ୍ରାହକ-ଦୋକାନୀ ବା ଗ୍ରାହକ-ଗ୍ରାହକଙ୍କ ମଧ୍ୟରେ ଏତିକି ଦୂରତା ନ ରହିଲେ ୫୦୦ ଟଙ୍କା ଜରିମାନା ଦେବାକୁ ହେବ। କେବଳ ସେତିକି ନୁହେଁ, କୌଣସି ବ୍ୟକ୍ତି ବଜାର ଅଞ୍ଚଳକୁ ଗୁଟଖା, ଦୋକତା, ପାନ ଇତ୍ୟାଦି ପାଟିରେ ରଖିଯିବେ ନାହିଁ। ବାହାରେ ଛେପ ପକାଇବେ ନାହିଁ। ଏଥିରେ ଉଲ୍ଲଂଘନ କଲେ ସେତିକି ଜୋରିମାନା ଦେବାକୁ ହେବ।

କଟକ-ଭୁବନେଶ୍ବର ଦ୍ବୈତନଗରୀରେ ଲକ୍ ଡାଉନ୍ ତାଲାବନ୍ଦ କଟକଣା କିଛି ମାତ୍ରାରେ କୋହଳ ହେବା ପରେ ଗହଳିକୁ ରୋକିବା ଲାଗି କମିସନରେଟ୍ ପୁଲିସ ଆଜି ଏଭଳି ଅସ୍ତ୍ର ପ୍ରୟୋଗ କରିଛି। ପୁଲିସ କମିସନର ଡ. ସୁଧାଂଶୁ ଷଡ଼ଙ୍ଗୀ କହିଛନ୍ତି ଯେ କମିସନରେଟ୍ ପୁଲିସ ଆଜି ଯେଉଁ ନିର୍ଦେଶ ଜାରି କରିଛନ୍ତି, ସେଥିରୁ କୌଣସି ଗୋଟିଏ ବି ଯଦି ଖିଲାପ ହୁଏ, ତେବେ ଦୋକାନ ବା ବ୍ୟାବସାୟିକ ପ୍ରତିଷ୍ଠାନର ମାଲିକ, କର୍ମଚାରୀ ବା ଗ୍ରାହକ ଓଡ଼ିଶା ସହରାଞ୍ଚଳ ଆଇନର ଧାରା ୯୬ (ଘ) ଅନୁସାରେ ୫୦୦ ଟଙ୍କା ଜରିମାନା ଦେ‌ବେ। ଆଗାମୀ ଦୁଇ ମାସ ଅର୍ଥାତ୍‌ ଜୁଲାଇ ୧ ତାରିଖ ପର୍ଯ୍ୟନ୍ତ ଏହି କଟକଣା ଜାରି ରହିବ। ପୁଲିସ କମିସନରେଟ୍ ଏଏସ୍ଆଇ ଓ ତଦୁର୍ଧ୍ବ କର୍ମଚାରୀଙ୍କୁ ଜରିମାନା ଆଦାୟ ପାଇଁ ଅଧିକୃତ କରାଯାଇଛି।

ନିର୍ଦ୍ଦେଶନାମା ଅନୁଯାୟୀ ଗୁଟ୍‌ଖା, ପାନ, ଖଇନି ଖାଉଥିବା ଲୋକଙ୍କୁ ବଜାର ବାରଣ କରାଯାଇଛି। ବାହାରେ ପାନ ଛେପ ପକାଇବା ବାରଣ କରାଯାଇଥିବାରୁ ଏଭଳି ନିଷ୍ପତ୍ତି ନିଆଯାଇଛି। ପ୍ରତି ସ୍ଥାନରେ ପୁଲିସ ଛିଡ଼ା ହୋଇ ଉଲ୍ଲଙ୍ଘନକାରୀଙ୍କୁ ଜଗି ପାରିବ ନାହିଁ। ତେଣୁ ପାନ, ଗୁଟ୍‌ଖା ଖାଉଥିବା ଲୋକ ପୁଲିସ୍‌ ଚେକିଂ ବେଳେ ଧରାପଡ଼ିଲେ, ସେମାନଙ୍କଠାରୁ ୫ଶହ ଟଙ୍କା ଜରିମାନା ଆଦାୟ କରାଯିବ। ଅପରାଧ ବାରମ୍ବାର ହେଲେ, ଜରିମାନା ପରିମାଣ ବଢ଼ିବ।

‌‌‌ଦୋକାନରେ ସାମାଜିକ ଦୂରତ୍ବ ବଜାୟ ରହୁ ନଥିଲେ ବ୍ୟବସାୟୀର ଟ୍ରେଡ୍‌ ଲାଇସେନ୍ସ ବାତିଲ ହେବ ବୋଲି ପୂର୍ବରୁ ବିଏମ୍‌ସି ପକ୍ଷରୁ ଘୋଷଣା କରିଥିଲା। ଏହି ଅପରାଧ ପାଇଁ ଗ୍ରାହକ ବି ସମପରିମାଣରେ ଉତ୍ତରଦା‌ୟୀ ରହିବେ। ଯଦି କୌଣସି ଗ୍ରାହକ ନ ମାନନ୍ତି ତେବେ ଦୋକାନୀ ଏ ବାବଦରେ ପୁଲିସକୁ ଯଥାଶୀଘ୍ର ଖବର ଦେବେ। ଯଦି ଖବର ଦେଇ ନଥିବେ ଓ ସାମାଜିକ ଦୂରତ୍ବ ଅବମାନନା ହୋଇଥିବା ପୁଲିସ ନଜରକୁ ଆସେ, ତେବେ ବ୍ୟବସାୟୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯିବ।

ସେହିଭଳି ସମସ୍ତ ବ୍ୟବସାୟୀ ଓ ଦୋକାନ କର୍ମଚାରୀ ସବୁବେଳେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ। ମାସ୍କ ପିନ୍ଧି ନଥିବା ନଜରକୁ ଆସିଲେ, ତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯିବ। କୌଣସି ଗ୍ରାହକଙ୍କୁ ବିନା ମାସ୍କରେ ଜିନିଷ କିଣିବାକୁ ସୁଯୋଗ ଦିଆଯିବନି। ମାସ୍କ ମଧ୍ୟ ଖୋଲିପାରିବେ ନାହିଁ। ସମସ୍ତ ଦୋକାନୀ ହାତ ଧୋଇବା ବ୍ୟବସ୍ଥା କରିବେ। ଏଥିପାଇଁ ହାଣ୍ଡୱାସ୍‌, ସାବୁନ କିମ୍ବା ସାନିଟାଇଜର୍‌ର ବ୍ୟବହାର କରିବେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe