ସର୍ବୋଦୟ ସମ୍ମାନରେ ସମ୍ମାନିତ ହେଲେ ସମାଜସେବୀ ବିନୋଦ

Advertisment
ସର୍ବୋଦୟ ସମ୍ମାନରେ ସମ୍ମାନିତ ହେଲେ ସମାଜସେବୀ ବିନୋଦ

ମାଲକାନଗିରି: ଜିଲ୍ଲାର ଆଗଧାଡିର ସମାଜସେବୀ ବିନୋଦ ଟାବରିଙ୍କ ସମାଜସେବା କାମକୁ ପରିଚୟ ମିଳିପାରିଛି। ବାଲେଶ୍ବର ଠାରେ ଆୟୋଜିତ ଆଇଏଚଆରସି ତରଫରୁ ଆୟୋଜିତ ସର୍ବଦୋୟ ସମ୍ମାନ ପୁରସ୍କାର ପ୍ରଦାନ କାର୍ଯ୍ୟକ୍ରମରେ ବିନୋଦଙ୍କୁ ସମ୍ମାନିତ କରାଯାଇଛି। ଦୀର୍ଘ ବର୍ଷ ହେଲା ମାଲକାନଗିରି ଭଳି ଉପାନ୍ତ ଜିଲ୍ଲାରେ ବିନୋଦ ନିଜର ସେବା ଜାରି ରଖିଛନ୍ତି। ଗରିବ, ନିଷ୍ପେସିତ, ଅସହାୟ ମଣିଷଙ୍କୁ ସହଯୋଗ କରିଆସୁଛନ୍ତି।ଜିଲ୍ଲାର କୋଣ ଅନୁକୋଣରେ ଥିବା ଅସହାୟଙ୍କୁ ଠାବ କରି ସେ ନିଜର ସେବା ପ୍ରଦାନ କରିଛନ୍ତି।ତାଂକର ଏହି କାମକୁ ଶେଷରେ ପରିଚୟ ମିଳିଛି।ତାଂକର ଏହି ସେବା ମନଭାବକୁ ଆଇଏଚଆରସି ଚିହ୍ନଟ କରି ତାଂକୁ ସମ୍ମାନୀତ କରି ଧନ୍ୟ ମନେ କରିଥିବା କୁହାଯାଇଛି। ଆୟୋଜିତ କାର୍ଯ୍ୟକ୍ରମରେ ଆଇଏଚଆରସିର ନିର୍ଦେଶକ ଡ.ଏସ.ଏନ ପାତ୍ର,ମେଜର ଏମସି ସାହୁ, ମ୍ୟାନେଜିଂ ଡାଇରେକ୍ଟର ସଂଗ୍ରାମ ଦାସ, ଡିଏସପି ମାନସ ଦେଓ ପ୍ରମୁଖ ଏହି କାର୍ଯ୍ୟକ୍ରମରେ ଅତିଥି ଭାବେ ଯୋଗ ଦେଇ ବିନୋଦଙ୍କୁ ସମ୍ମାନୀତ କରିଥିଲେ।ମାନପତ୍ର ସହ ଉପଢୋକନ ଦେଇ ତାଂକୁ ସମ୍ମାନୀତ କରାଯାଇଥିଲା। ତାଂକର ଏଭଲି ସମାଜଧର୍ମୀ କାମ ଚାଲୁ ରହୁ ବୋଲି କାମନା କରାଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe