Advertisment

ଅନାଥ ଦୁଇ ଝିଅଙ୍କୁ ସାହାଯ୍ୟର ହାତ ବଢ଼େଇଲେ ସମାଜସେବୀ

Advertisment
ଅନାଥ ଦୁଇ ଝିଅଙ୍କୁ ସାହାଯ୍ୟର ହାତ ବଢ଼େଇଲେ ସମାଜସେବୀ

ଘୁ.ଉଦୟଗିରି: କନ୍ଧମାଳ ଜିଲ୍ଲା ରାଇକିଆ ବ୍ଲକ ଅନ୍ତର୍ଗତ ମାଣିକେଶ୍ୱର ଗ୍ରାମର ଶ୍ରୀନିବାସ ପ୍ରଧାନଙ୍କ ଅକାଳ ବିୟୋଗ ଘଟିଥିଲା। ତାଙ୍କର ଦୁଇଟି କୁନି ଝିଅ, ଗୋଟିଏ କୁନି ପୁଅ ଓ ସ୍ତ୍ରୀ ଅଛନ୍ତି । ଶ୍ରୀନିବାସଙ୍କ ଅକାଳ ବିୟୋଗ ପରେ ହଠାତ ସ୍ତ୍ରୀଙ୍କ ମୁଣ୍ଡରେ ଚଡକ ପଡିଗଲା। ନିଜେ ବଞ୍ଚିବାକୁ ସଂଘର୍ଷ କରୁଥିବା ବେଳେ କିପରି ଭାବରେ ଛୋଟ ଛୋଟ ପିଲାଙ୍କୁ ଦୁଇ ଓଳା ଖାଇବା ପିଇବା ଦେଇ ବଞ୍ଚେଇବେ ସେଥିପାଇଁ ଚିନ୍ତା କରୁଥଲେ। ସ୍ବର୍ଗତ ଶ୍ରୀନିବାସଙ୍କ ପରିବାରର ଦାରୁଣ ଦୁଃଖ ଦେଖିଲା ପରେ ସ୍ଥାନୀୟ ଅଞ୍ଚଳର ଯୁବ ନେତା ତଥା ସମାଜ ସେବୀ ପ୍ରତାପ କୁମାର ପ୍ରଧାନ ସାହାଯ୍ୟର ହାତ ବଢ଼େଇ ଥିଲେ ଏବଂ ଦୁଇ ଝିଅଙ୍କୁ କୋଳେଇ ନେଇ ତାଙ୍କର ରହିବା, ଖାଇବା ଓ ପାଠ ପଢ଼ିବା ସହ ସମସ୍ତ ଆନୁସଙ୍ଗିକ ସହାୟତା ପ୍ରଦାନ କରିବା ଶ୍ରୀ ପ୍ରଧାନ ସ୍ବର୍ଗତ ଶ୍ରୀନିବାସଙ୍କ ପରିବାର ସଦସ୍ୟ ଓ ବୁଦ୍ଧିଜୀବୀମାନଙ୍କୁ କହିଥିଲେ। ଏଇ ଶିକ୍ଷା ବର୍ଷ ସରିଲା ପରେ ଭୁବନେଶ୍ୱରର ଏକ ପ୍ରତିଷ୍ଠିତ ବିଦ୍ୟାଳୟରେ ନାମ ଲେଖେଇ ସେଠାରେ ଶିକ୍ଷା ଦାନ ବ୍ୟବସ୍ଥା ଗ୍ରହଣ କରିଯିବ ବୋଲି ପରିବାର ସଦସ୍ୟମାନଙ୍କୁ ଶ୍ରୀ ପ୍ରଧାନ କହିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe