DNA India
ହରିଚନ୍ଦନପୁର : ହରିଚନ୍ଦନପୁର ବ୍ଲକ୍ ତେନ୍ତଳାପଶି ପଞ୍ଚାୟତ ସାନକମଣ୍ଡରା ଗ୍ରାମର ଅବସରପ୍ରାପ୍ତ ଶିକ୍ଷକ ଚତୁର୍ଭୁଜ ବେହେରାଙ୍କ ପୁଅ ଦେବବ୍ରତ ବେହେରା (୪୩) ବେଙ୍ଗାଲୁରୁରେ ସଫ୍ଟୱେର ଇଞ୍ଜିନିୟର ଭାବେ କାର୍ଯ୍ୟ କରୁଥିଲେ। ଗତ ୭ ତାରିଖ ରାତିରେ ଭଡ଼ାଘରେ ଦୁର୍ବୃତ୍ତମାନେ ତାଙ୍କୁ ହତ୍ୟା କରିଛନ୍ତି। ସେହିପରି ଘର ମାଲିକାଣି ମମତା ବାସୁ (୭୩)ଙ୍କୁ ମଧ୍ୟ ହତ୍ୟା କରାଯାଇଛି। ବେଙ୍ଗାଲୁରୁ ପୁଲିସ ହତ୍ୟାକାରୀଙ୍କୁ ଧରିବା ଛାନଭିନ୍ ଆରମ୍ଭ କରିଛି। ପରିବାର ସଦସ୍ୟଙ୍କ ଉପସ୍ଥିତିରେ ଗତକାଲି ବେଙ୍ଗାଲୁରୁରେ ସ୍ବର୍ଗତ ବେହେରାଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଛି। କେଉଁ କାରଣରୁ ତାଙ୍କୁ ହତ୍ୟା କରାଗଲା ସେ ସମ୍ପର୍କରେ କୌଣସି ସ୍ପଷ୍ଟ ସୂଚନା ମିଳିନି।
Follow Us