ବୌଦ୍ଧରେ ଏସଓଜି-ମାଓବାଦୀ ମୁହାଁମୁହିଁ: ୨ ମାଓବାଦୀ ନିହତ

Advertisment
ବୌଦ୍ଧରେ ଏସଓଜି-ମାଓବାଦୀ ମୁହାଁମୁହିଁ: ୨ ମାଓବାଦୀ ନିହତ

କଣ୍ଟାମାଳ: ବୌଦ୍ଧର କଣ୍ଟାମାଳ ପଢ଼େଲ ଡ୍ୟାମ୍ ନିକଟରେ ଏସଓଜି ଯବାନ ଏବଂ ମାଓବାଦୀ ମୁହାଁମୁହିଁ ହୋଇଛନ୍ତି। ଜଙ୍ଗଲରେ ୪୦ରୁ୫୦ ମାଓବାଦୀ ଏଲୁଚି ରହିଥିବା କୁହାଯାଉଛି। ଏସଓଜି ଯବାନଙ୍କ କୁମ୍ବିଂ ଅପରେସନରେ ୨ ମାଓବାଦୀ ନିହତ ହୋଇଛନ୍ତି। ଏସଓଜି ଯବାନଙ୍କ ପକ୍ଷରୁ ଅତର୍କିତ ଆକ୍ରମଣରେ ମାଓବାଦୀମାନେ ଛତ୍ରଭଙ୍ଗ ଦେଇଥିବା କୁହାଯାଉଛି।

କିଛି ନକ୍ସଲ ପଢ଼େଲ ଡ୍ୟାମ୍ ନିକଟ ଜଙ୍ଗଲରେ ଥିବା ସୂଚନା ମିଳିବା ପରେ ଏସଓଜି ଯବାନଙ୍କ ଦ୍ୱାରା କମ୍ବିଂ ଅପରେସନ୍ ଆରମ୍ଭ ହୋଇଥିଲା। ଅତର୍କିତ ଭାବେ ଯବାନଙ୍କୁ ଦେଖି ନକ୍ସଲମାନେ ଅତର୍କିତ ଗୁଳିମାଡ଼ କରିଥିଲେ। ଫଳରେ ଉଭୟ ପକ୍ଷ ମଧ୍ୟରେ ଆଖିବୁଜା ଗୁଳିମାଡ଼ ହୋଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe