ଭିଜିଲାନ୍ସ ଜାଲରେ ମୃତ୍ତିକା ସଂରକ୍ଷଣ ବିଭାଗ ଓଭରସିଅର 

Advertisment

୩୫ ହଜାର ଟଙ୍କା ଲାଞ୍ଚ ନେଲା ବେଳେ ଧରାପଡ଼ିଲେ

୩୫ ହଜାର ଟଙ୍କା ଲାଞ୍ଚ ନେଲା ବେଳେ ଧରାପଡ଼ିଲେ

ଭିଜିଲାନ୍ସ ଜାଲରେ ମୃତ୍ତିକା ସଂରକ୍ଷଣ ବିଭାଗ ଓଭରସିଅର 

ଭବାନୀପାଟଣା: କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକର ମୃତ୍ତିକା ସଂରକ୍ଷଣ ବିଭାଗ ଓଭରସିଅର ଧନୁର୍ଯ୍ୟୟ ଧୋବା ମନରେଗା ଯୋଜନାରେ ବିଲ ପୈଠ ନିମନ୍ତେ ୩୫ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରା ପଡ଼ିଛନ୍ତି। ମନ୍‌ରେଗା ବିଲ ପୈଠ ପାଇଁ ହିତାଧିକାରୀଙ୍କୁ ସେ ଲାଞ୍ଚ ମାଗିଥିଲେ।

ଏନେଇ ହିତାଧିକାରୀମାନେ ଭିଜିଲାନ୍ସକୁ ସୂଚନା ଦେଇଥିଲେ।​ ସୋମବାର ଭବାନୀପାଟଣା ବସଷ୍ଟାଣ୍ଡରେ ୩୫ ହଜାର ଟଙ୍କା ଲାଞ୍ଚ ନେବା ପରେ ପୂର୍ବରୁ ଛକି ରହିଥିବା ଭିଜିଲାନ୍ସ ଟିମ ତାଙ୍କୁ କାବୁ କରିଥିଲେ। ଶ୍ରୀ ଧୋବାଙ୍କୁ ଅଧିକ ପଚରାଉଚରା ନିମନ୍ତେ ଭିଜିଲାନ୍ସ ଅଫିସ୍‌କୁ ନିଆଯାଇଛି। ଅନ୍ୟପକ୍ଷରେ ଭିଜିଲାନ୍ସ ପକ୍ଷରୁ ଭବାନୀପାଟଣା ସହର ସ୍ଥିତ ଦେବାନ ସାହେବ ପଡ଼ା ସ୍ଥିତ​ ତାଙ୍କ ଭଡ଼ା ଘର ଓ ରାୟଗଡ଼ା ସିରିଗୁଡ଼ା ସ୍ଥିତ ବାସଭବନରେ ଚଢ଼ଉ କରାଯାଇଥିଲା। ଭିଜିଲାନ୍ସ ବିଭାଗ ପକ୍ଷରୁ ଏକ ମାମଲା ରୁଜୁ କରାଯିବା ସହ ଶ୍ରୀ ଧୋବାଙ୍କୁ ଗିରଫ କରାଯାଇ କୋର୍ଟଚାଲାଣ କରାଯାଇଛି। ପୂର୍ବରୁ ଶ୍ରୀ ଧୋବାଙ୍କ ବିରୋଧରେ ୨୦୧୮ ମସିହାରେ ମଧ୍ୟ ଏକ ଭିଜିଲାନ୍ସ ମାମଲା ରୁଜୁ ହୋଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe