୫୦ ହଜାର ଲାଞ୍ଚ ନେଇ ଧରାପଡ଼ିଲେ ମୃତ୍ତିକା ସଂରକ୍ଷଣ ବିଭାଗ ପ୍ରକଳ୍ପ ସହକାରୀ

Advertisment
୫୦ ହଜାର ଲାଞ୍ଚ ନେଇ ଧରାପଡ଼ିଲେ ମୃତ୍ତିକା ସଂରକ୍ଷଣ ବିଭାଗ ପ୍ରକଳ୍ପ ସହକାରୀ

୪ ହିତାଧିକାରୀଙ୍କ ପୋଖରୀ ଖୋଳା ବିଲ୍‌ କରାଇଦେବାକୁ ଲକ୍ଷେ ଛିଣ୍ଡିଥିଲା
ବାଲିଗୁଡ଼ା ଓ ଫୁଲବାଣୀ ଘରେ ଚଢ଼ଉ

ତୁମୁଡ଼ିବନ୍ଧ : କନ୍ଧମାଳ ଜିଲ୍ଲା ତୁମୁଡ଼ିବନ୍ଧ ବ୍ଲକ୍‌ ମୃତ୍ତିକା ସଂରକ୍ଷଣ ବିଭାଗ ପିଆଇଏ ପ୍ରକଳ୍ପ ସହକାରୀ ନଗେନ୍ଦ୍ର କୁମାର ସ୍ବାଇଁ ଆଜି ଜଣେ ହିତାଧିକାରୀଙ୍କଠାରୁ ୫୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ବ୍ରହ୍ମପୁର ଭିଜିଲାନ୍ସ ଟିମ୍‌ ହାବୁଡ଼ରେ ପଡ଼ିଛନ୍ତି। ଘଟଣାରୁ ପ୍ରକାଶ, ତୁମୁଡ଼ିବନ୍ଧ ବ୍ଲକ୍‌ ଗୁମା ପଞ୍ଚାୟତର ଡୁପି ଓ ଆଡ଼ିପଦର ଗ୍ରାମର ୪ଜଣ ହିତାଧିକାରୀ ପୋଖରୀ ଖୋଳାଇଥିଲେ। ସେମାନଙ୍କ ପୋଖରୀ ଖନନ ବାବଦ ବିଲ୍‌ କରାଇଦେବା ପାଇଁ ନଗେନ୍ଦ୍ର ଜଣପିଛା ୩୦ ହଜାର ଲେଖାଏଁ ମୋଟ ୧ ଲକ୍ଷ ୨୦ ହଜାର ଟଙ୍କା ଦାବି କରିଥିଲେ।

ତେବେ, ଚାରି ହିତାଧିକାରୀ ୧ଲକ୍ଷ ଟଙ୍କା ଦେବା ପାଇଁ ରାଜି ହୋଇଥିଲେ। ବୁଧବାର ଦିନନ ଜଣେ ହିତାଧିକାରୀ ସୁବାସ ମଲିକ ୫୦ ହଜାର ଟଙ୍କା କୁର୍ତ୍ତମଗଡ଼ ମନ୍ଦିର ରାସ୍ତା କଡ଼ରେ ନଗେନ୍ଦ୍ରଙ୍କୁ ଦେଇଥିଲେ। ଏହି ସମୟରେ ପୂର୍ବରୁ ପ୍ରସ୍ତୁତ ଥିବା ଡିଏସ୍‌ପି ଅରୁଣ କୁମାର ନାୟକଙ୍କ ନେତୃତ୍ବରେ ଭିଜିଲାନ୍ସ ଟିମ୍ ତାଙ୍କୁ ତାଙ୍କୁ କାବୁ କରିବା ସହ ଲାଞ୍ଚ ଟଙ୍କା ଜବତ କରିଥିଲେ। ପରେ ଭିଜିଲାନ୍ସ ବିଭାଗର ଟିମ୍‌ ଶ୍ରୀ ସ୍ବାଇଁ ରହୁଥିବା ବାଲିଗୁଡ଼ା ଭଡ଼ା ଘର, ତାଙ୍କ ପରିବାର ରହୁଥିବା ଫୁଲବାଣୀ ଭଡ଼ା ଘରେ ମଧ୍ୟ ଚଢ଼ଉ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe