ଶ୍ରୀମନ୍ଦିରରେ ଷୋଳପୂଜା ଆରମ୍ଭ

Advertisment

ମା’ ବିମଳାଙ୍କ ମନ୍ଦିରକୁ ବିଜେ କଲେ ଦୁର୍ଗାମାଧବ

ମା’ ବିମଳାଙ୍କ ମନ୍ଦିରକୁ ବିଜେ କଲେ ଦୁର୍ଗାମାଧବ

ଆଜିଠୁ ଶ୍ରୀମନ୍ଦିରରେ ପହିଲି ଭୋଗ ନୀତି

Nation First News

ପୁରୀ : ଶ୍ରୀମନ୍ଦିରରେ ଆଜିଠାରୁ ଷୋଳପୂଜା ଆରମ୍ଭ ହୋଇଛି। ଶ୍ରୀମନ୍ଦିରରେ ମା’ ବିମଳାଙ୍କ ସମେତ ଅନ୍ୟ ଶକ୍ତି ପୀଠମାନଙ୍କରେ ‌ମଧ୍ୟ ଆଜି ଠାରୁ ଏହି ପୂଜା ଆରମ୍ଭ ହୋଇଛି। ଏଥିପାଇଁ ଶ୍ରୀମନ୍ଦିରରେ ସ୍ବତନ୍ତ୍ର ନୀତିକାନ୍ତି ଅନୁଷ୍ଠିତ ହୋଇଯାଇଛି। ଏହାସହ ଅନ୍ୟାନ୍ୟ ଶକ୍ତିପୀଠମାନଙ୍କରେ ବି ସ୍ବତନ୍ତ୍ର ନୀତିକାନ୍ତି ଅନୁଷ୍ଠିତ ହୋଇଯାଇଛି।

ପରମ୍ପରା ଅନୁଯାୟୀ, ଗତକାଲି ମା’ ବିମଳାଙ୍କ ମନ୍ଦିରରେ ସହସ୍ର କୁମ୍ଭାଭିଷେକ ନୀତି ଅନୁଷ୍ଠିତ ହୋଇଥିଲା। ଆଜି ସକାଳ ଧୂପ ପରେ ମା’ ବିମଳାଙ୍କ ମନ୍ଦିରରେ ବରୁଣ ପୂଜା ହୋଇଥିଲା। ବ୍ରହ୍ମାବରଣ, ଆଚାର୍ଯ୍ୟ ବରଣ, ସ୍ବସ୍ତିବାଚକ ଆଦି ନୀତି ଅନୁଷ୍ଠିତ ହୋଇଥିଲା। ଚଣ୍ଡୀ ବରଣ ପରେ ସଂକଳ୍ପ ହୋଇ ପାଣିପଡ଼ି ଛାମୁରେ ଭୋଗ ବନ୍ଦାପନା କରାଯାଇଥିଲା। ପୂଜକ ଷୋଡ଼ଶ ଉପଚାରରେ ମଣୋହି କରିଥିଲେ। ଭୋଗରେ କୋଠଭୋଗ ସହ ମହାପ୍ରସାଦ, ଖେଚୁଡ଼ି ଆଦି ଲାଗି କରାଯାଇଥିଲା। ଭୋଗ ଶେଷ ପରେ କର୍ପୂର ଆଳତି, ୨୧ ବତୀ ଆଳତି ହୋଇଥିଲା। ଏହା ପରେ ଦୁର୍ଗାମାଧବ ସିଂହାସନରୁ ଆଜ୍ଞାମାଳ ପାଇ ମା’ ବିମଳାଙ୍କ ମନ୍ଦିରକୁ ଯାଇଥିଲେ। ସେଠାରେ ଭିତରଚ୍ଛ ମହାପାତ୍ର ଜଳଲାଗି କରିଥିଲେ। ପରେ ଭିତରେ ପଡ଼ିଥିବା ଖଟକୁ ଦୁର୍ଗାମାଧବ ବିଜେ ହୋଇଥିଲେ। ପାଣିପଡ଼ି ଶୀତଳ ଭୋଗ ହୋଇଥିଲା। ତିନି ଧୂପ ଶେଷ ପରେ ରାତିରେ ବଡ଼ସିଂହାର, ଚନ୍ଦନଲାଗି ନୀତି ଶେଷ ହୋଇଥିଲା। ଦୁର୍ଗାମାଧବ ଚନ୍ଦନଲାଗି ହୋଇ ବଡ଼ସିଂହାର ବେଶ ଏବଂ ଭୋଗ ପରେ ବାହୁଡ଼ାବିଜେ କରିଥିଲେ। ଭଣ୍ଡାର ଦୁଆର ଖଟକୁ ବିଜେ ହୋଇଥିଲେ। ଷୋଳପୂଜାର ପ୍ରଥମ ୮ ଦିନ ଦୁର୍ଗାମାଧବ ମା’ ବିମଳାଙ୍କ ମନ୍ଦିରକୁ ପାଲିଙ୍କିରେ ବିଜେ କରିବେ। ବାକି ୮ ଦିନ ରଥରେ ବିଜେ ହୋଇ ଦୋଳମଣ୍ଡପ ସାହିସ୍ଥିତ ନାରାୟଣୀ ମନ୍ଦିରକୁ ବିଜେ କରିବେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe