ସୂର୍ଯ୍ୟୋପରାଗ ପାଇଁ ଶ୍ରୀମନ୍ଦିରରେ ସ୍ବତନ୍ତ୍ର ନୀତି, ରାତିସାରା ଖୋଲା ରହିବ ଶ୍ରୀମନ୍ଦିର

Advertisment

୨୫ ତାରିଖ ରାତି ୮ଟା ୨୦‌ରୁ ପାକ ତ୍ୟାଗ, ୨୬ ତାରିଖ ସକାଳ ୮ଟା ୨୦ରେ ଗ୍ରହଣ ସ୍ପର୍ଶ

୨୫ ତାରିଖ ରାତି ୮ଟା ୨୦‌ରୁ ପାକ ତ୍ୟାଗ, ୨୬ ତାରିଖ ସକାଳ ୮ଟା ୨୦ରେ ଗ୍ରହଣ ସ୍ପର୍ଶ

ଦୋଳ ପୂର୍ଣ୍ଣିମାରେ ଶ୍ରୀଜିଉଙ୍କ ସୁନାବେଶ ଦର୍ଶନ କଲେ ହଜାର ହଜାର ଶ୍ରଦ୍ଧାଳୁ

Odisha Sun Times

ପୁରୀ: ଆସନ୍ତା ୨୬ ତାରିଖ ସୂର୍ଯ୍ୟୋପରାଗ ପାଇଁ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ସ୍ବତନ୍ତ୍ର ନୀତି ନିର୍ଘଣ୍ଟ କରାଯାଇଛି। ପୂର୍ବଦିନ ରାତିରେ ଅର୍ଥାତ ବୁଧବାର ରାତି ସାରା ଶ୍ରୀମନ୍ଦିର ଖୋଲା ରହିବ। ଶ୍ରୀମନ୍ଦିର ନୀତି ନିର୍ଘଣ୍ଟ ମୁତାବକ, ୨୫ ତାରିଖ ରାତି ୮ଟା ୨୦ରୁ ପାକ୍ ତ୍ୟାଗ ଓ ଦେବ ନୀତି ନିଷିଦ୍ଧ ହେବ। ଆସନ୍ତା ୨୬ ତାରିଖରେ ସକାଳ ୮ଟା ୨୦ ମିନିଟ୍ ୮ ସେକେଣ୍ଡରେ ଗ୍ରହଣ ସ୍ପର୍ଶ ହେବ। ଗ୍ରହଣ ସ୍ପର୍ଶ ପରେ ଶ୍ରୀମନ୍ଦିରରେ ଗ୍ରହଣ ମହାସ୍ନାନ, ତଡ଼ପ ମଇଲମ ବେଶ, ମଙ୍ଗଳ ଆଳତି, ଅବକାଶ, ରୋଷ ହୋମ, ସୂର୍ଯ୍ୟପୂଜା, ଦ୍ବାରପାଳ ପୂଜା ଅନୁ‌ଷ୍ଠିତ ହେବ।

ଗ୍ରହଣ ସାଦା ବେଶ ପରେ ଗ୍ରହଣ ଭୋଗ, ମଇଲମ-ବେଶ, ଗୋପାଳବଲ୍ଲଭ ପହିଲି ‌ଭୋଗ, ସକାଳଧୂପ ନୀତି ଅନୁଷ୍ଠିତ ହେବ। ଏହା ପରେ ଗୁରୁବାର ମାଜଣା ଓ ଏକାନ୍ତ ଆଦି ଅନ୍ୟାନ୍ୟ ନୀତି ଅନୁଷ୍ଠିତ ହେବ। ତେବେ ସୂର୍ଯ୍ୟୋପରାଗ ପାଇଁ ୨୫ ତାରିଖ ରାତି ସାରା ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ ମିଳିବ। ସୂ‌ର୍ଯ୍ୟୋପରାଗ ପୂର୍ବଦିନ ଅର୍ଥାତ ୨୫ ତାରିଖ ଭୋର ୩ଟାରେ ଦ୍ବାର ଫିଟା, ୩ଟା ୩୦ରେ ଭିତର ଶୋଧ, ୩ଟା ୪୫ରେ ମଙ୍ଗଳଆଳତୀ ଓ ରୋଷହୋମ, ୪ଟା ୩୦ରେ ମଇଲମ ତଡ଼ପ ଲାଗି, ୫ଟାରେ ଅବକାଶ ପୂଜା, ସକାଳ ୫ଟା ୪୫ରେ ସୂର୍ଯ୍ୟ ପୂଜା, ୬ଟାରେ ଦ୍ବାରପାଳ ପୂଜା ଓ ବେଶ ଶେଷ, ୬ଟା ୨୦ରୁ ୬ଟା ୫୦ ପହିଲି ଭୋଗ ଲାଗି ହେବ। ସକାଳ ୭ଟା ୩୦ରୁ ୯ଟା ମଧ୍ୟରେ ସକାଳ ଧୂପ(କେବଳ କୋଠ ଭୋଗ), ୯ଟା ୨୦ରୁ ୧୦ଟା ମଇଲମ ଓ ବେଶ, ୧୦ଟା ୩୦ ଭିତରେ ଭୋଗ ମଣ୍ଡପ, ପୂର୍ବାହ୍ଣ ୧୧ଟାରୁ ୧୨ଟା ୩୦ ମଧ୍ୟାହ୍ନ ଧୂପ( କେବଳ କୋଠ ଭୋଗ), ଅପରାହ୍ଣ ଗୋଟାଏରେ ଜ୍ୟେଷ୍ଠା ବିଛା ନକ୍ଷତ୍ର ନୀତି, ୧୨ଟା ୧୫ରୁ ୨ଟା ଦ୍ବିତୀୟ ଭୋଗ ମଣ୍ଡପ, ଅପରାହ୍ଣ ୨ଟାରେ ଦକ୍ଷିଣୀଘର ଭୋଗ ଶେଷ ହେବ। ଅପରାହ୍ଣ ୪ଟାରୁ ୫ଟା ମଇଲମ ଓ ବେଶ, ୫ଟା ୧୦ରେ ସନ୍ଧ୍ୟା ଆଳତି, ସନ୍ଧ୍ୟା ୬ରୁ ୭ଟା ୩୦ ସନ୍ଧ୍ୟା ଧୂପ, ରାତ୍ର ୮ଟା ୨୦ରେ ମଇଲମ ଓ ତଡ଼ପ ଲାଗି ହେବ। ଏହା ପରେ ଦେବ ନୀତି ନିଷିଦ୍ଧ ହେବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe