ଆସନ୍ତା ଚନ୍ଦ୍ର ମାସରେ ୩ ଗ୍ରହଣ/ପରାଗ

Advertisment
୨୦୨୨ ଅକ୍ଟୋବର ୨୫ ଭଳି ୫ ବର୍ଷ ପ‌ରେ ଭାରତରେ ପୁଣି ଦେଖାଯିବ ବିରଳ ଆଂଶିକ ସୂର୍ଯ୍ୟୋପରାଗ

HinduPad

ଭୁବନେଶ୍ବର : ଆସନ୍ତା ଜୁନ ୫ ତାରିଖରୁ ଜୁଲାଇ ୫ ତାରିଖ ମଧ୍ୟରେ ସଂଗଠିତ ହେବ ୨ଟି ଉପଛାୟା ଚନ୍ଦ୍ରଗ୍ରହଣ ଓ ଗୋଟିଏ ସୂର୍ଯ୍ୟପରାଗ। ଏଭଳି ମହାଜାଗତିକ ଘଟଣା ସମୟରେ ବିଭିନ୍ନ ପରୀକ୍ଷାନୀରିକ୍ଷା ପାଇଁ ବିଶ୍ବର ଅନେକ ଦେଶର ବୈଜ୍ଞାନିକମାନେ ଏବେଠୁ ଲାଗି ପଡ଼ିଲେଣି। ୫-୬ ଜୁନ୍‌ରେ ରାତି ୧୧ଟା ୧୫ରେ ଚନ୍ଦ୍ରଗ୍ରହଣ ଆରମ୍ଭ ହେବ। ରାତି ୧୨ଟା ୫୪ରେ ସର୍ବାଧିକ ଦେଖାଯାଇ ରାତି ୨ଟା ୩୪ରେ ଶେଷ ହେବ। ତେବେ ଖାଲି ଆଖିରେ ଏହା ଦେଖାଯିବ ନାହିଁ। ଜୁନ୍‌ ୨୧ରେ ବଳୟ ସୂର୍ଯ୍ୟ ପରାଗ ହେବ। ସକାଳ ୧୦ଟା ୩୮ରେ ଆରମ୍ଭ ହୋଇ ଅପରାହ୍‌ଣ ୨ଟା ୯ରେ ଶେଷ ହେବ। ଓଡ଼ିଶାରେ ଏହା ୬୦ରୁ ୭୨ପ୍ରତିଶତ ଆଂଶିକ ପରାଗ ଦେଖାଯିବ।

publive-image Daily News

ଜୁଲାଇ ୫ ତାରିଖରେ ଚନ୍ଦ୍ରଗ୍ରହଣ ହେବ। ସକାଳ ୫ଟା ୭ରେ ଆରମ୍ଭ ହୋଇ ପୂର୍ବାହ୍ନ ୧୧ଟା ୨୨ରେ ଶେଷ ହେବ। ମାତ୍ର ଭାରତ ତଥା ଓଡ଼ିଶାରେ ଏହା ଦୃଶ୍ୟମାନ ହେବ ନାହିଁ ବୋଲି ପଠାଣି ସାମନ୍ତ ପ୍ଲାନେଟୋରିୟମର ଉପନିର୍ଦେଶକ ଡ.ଶୁଭେନ୍ଦୁ ପଟ୍ଟନାୟକ କହିଛନ୍ତି। ତାଙ୍କ କହିବା ମୁତାବକ, ଚନ୍ଦ୍ର ମାସ କହିଲେ ଗୋଟିଏ ପୂର୍ଣ୍ଣିମାରୁ ପରବର୍ତୀ ପୂର୍ଣ୍ଣିମା ପର୍ଯ୍ୟନ୍ତ ବୁଝାଏ। ସୂର୍ଯ୍ୟ ପରାଗ ଓ ଚନ୍ଦ୍ର ଗ୍ରହଣ ଏକ ବିରଳ ମହାଜାଗତିକ ଘଟଣା। ଗ୍ରହଣ ଓ ପରାଗ ଏକ ଛାଇ ଆଲୁଅର ଖେଳ। ଏହା ସୂର୍ଯ୍ୟ, ଚନ୍ଦ୍ର ଓ ପୃଥିବୀର ଏକ ବିଶେଷ ଅବସ୍ଥିତିରେ ଘଟିଥାଏ ବୋଲି ସେ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe