୧୦ରେ ବଳୟ ସୂର୍ଯ୍ୟୋପରାଗ, ଓଡ଼ିଶାରେ ଦୃଶ୍ୟମାନ ହେବନାହିଁ

Advertisment
ଦୀପାବଳିରେ ସୂର୍ଯ୍ୟୋପରାଗ, କାର୍ତ୍ତିକ ପୂର୍ଣ୍ଣମୀରେ ଚନ୍ଦ୍ରଗ୍ରହଣ

jagran.com

ଭୁବନେଶ୍ବର : ଆସନ୍ତା ୧୦ ତାରିଖରେ ୨୦୨୧ର ପ୍ରଥମ ତଥା ଶେଷ ସୂର୍ଯ୍ୟୋପରାଗ ସଂଗଠିତ ହେବ। ଏହା ଉତ୍ତର କାନାଡ଼ା, ଗ୍ରିନ୍‌ଲାଣ୍ଡ୍ ଓ ରୁଷିଆର କିଛି ଅଞ୍ଚଳରେ ବଳୟ ସୂର୍ଯ୍ୟୋପରାଗ ଭାବେ ଦେଖାଯିବାକୁ ଥିବା ବେଳେ ଆମେରିକା, ୟୁରୋପ, ଏସିଆ ମହାଦେଶର ଅନେକ ଅଞ୍ଚଳରେ ଏହା ଆଂଶିକ ଭାବେ ଦେଖାଯିବ। ଭାରତରେ କେବଳ ଜମ୍ମୁ-କାଶ୍ମୀରର କିଛି ଅଞ୍ଚଳରେ ୧୦ ପ୍ରତିଶତରୁ କମ୍ ଆଂଶିକ ପରାଗ ଦେଖାଯିବ। ଓଡ଼ିଶାରେ ଏହା ଦୃଶ୍ୟମାନ ହେବନାହିଁ।

ଭାରତୀୟ ସମୟ ପ୍ରାୟ ମଧ୍ୟାହ୍ନ ୧ଟା ୪୨ରୁ ଆରମ୍ଭ ହୋଇ ସନ୍ଧ୍ୟା ୬ଟା ୪୧ମିନିଟ୍‌ରେ ଶେଷ ହେବ। ଅପରାହ୍‌ଣ ୪ଟା ୧୧ରେ ସୂର୍ଯ୍ୟୋପରାଗ ସର୍ବାଧିକ ଦେଖାଯିବ। ବିଭିନ୍ନ ସ୍ଥାନରେ ସୂର୍ଯ୍ୟୋପରାଗର ଆରମ୍ଭ, ଶେଷ ଓ ସର୍ବାଧିକ ଘଟିବାର ସମୟ ଅସମାନ ରହିବ। ତେବେ ଭାରତରେ ପରବର୍ତ୍ତୀ ସୂର୍ଯ୍ୟୋପରାଗ ଆସନ୍ତା ୨୦୨୨ ଅକ୍ଟୋବର ୨୫ରେ ଦେଖାଯିବ ବୋଲି ପଠାଣି ସାମନ୍ତ ପ୍ଲାନେଟୋରିୟମ୍‌ର ଉପନିର୍ଦ୍ଦେଶକ ଶୁଭେନ୍ଦୁ ପଟ୍ଟନାୟକ ସୂଚନା ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe