ସୌର ଆଲୋକ ପ୍ରକଳ୍ପ ଆରମ୍ଭରୁ ହିଁ ଅଚଳ

ସୌର ଆଲୋକ ପ୍ରକଳ୍ପ ଆରମ୍ଭରୁ ହିଁ ଅଚଳ

କଣ୍ଟାମାଳ : କଣ୍ଟାମାଳ ବ୍ଲକ ବରଗୋଛା ପଞ୍ଚାୟତ ପକ୍ଷରୁ ୨୦୨୦-୨୧ ଆର୍ଥିକ ବର୍ଷରେ ସିଗାଡ଼ି ଗ୍ରାମରେ ୭ଟି ଖମ୍ବ ପୋତି ଗ୍ରାମ ଦାଣ୍ଡକୁ ସୌରଶକ୍ତି ଚାଳିତ ଆଲୋକୀକରଣ ବ୍ୟବସ୍ଥା କରାଯାଇଥିଲା। କିନ୍ତୁ ତାହା ଲୋକଙ୍କ କୌଣସି କାମରେ ଆସୁନଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି।

publive-image

ସୂଚନା ଅନୁଯାୟୀ ସିଗାଡି ଡୁମାଲସାହିରେ ୪ଟି ଓ କନ୍ଧସାହିରେ ୪ଟି ସୌର ଶକ୍ତି ଚାଳିତ ଲାଇଟ୍‌ ପ୍ରାୟ ୬ ମାସ ତଳେ ବରଗୋଛା ପଞ୍ଚାୟତ ପକ୍ଷରୁ ଲଗା ଯାଇଥିଲା। ଯେଉଁ ଦିନ ଖମ୍ବ ପୋତି ଲାଇଟ୍ ଲଗା ଯାଇଥିଲା ସେହି ଦିନ ଠାରୁ ଅନେକ ଲାଇଟ୍ ଜଳି ନଥିଲା। ପରେ ଜଳିବ କହି ସରପଞ୍ଚ ଠିବୁରୁ ନାଏକ ଲୋକଙ୍କୁ ଆଶ୍ୱାସନା ଦେଇ ଚାଲି ଯାଇଥିଲେ। ବର୍ତ୍ତମାନ ଡୁମାଲସାହିରେ ଗୋଟିଏ ଓ କନ୍ଧସାହିରେ ଦୁଇଟି ଲାଇଟ୍ ସନ୍ଧ୍ୟା ବେଳକୁ ୨ ଘଣ୍ଟା ଜଳିବା ପରେ ବନ୍ଦ ହୋଇଯାଉଛି। ନିମ୍ନ ମାନର ସାମଗ୍ରୀ ବ୍ୟବହାର କରିଥିବା ଯୋଗୁଁ ପ୍ରକଳ୍ପ ଆରମ୍ଭରୁ ହିଁ ଅଚଳ ହୋଇଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି।

କଣ୍ଟାମାଳ ବିଡିଓଙ୍କୁ ଏ ଦିଗରେ ତଦନ୍ତ କରି ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ଗ୍ରାମବାସୀ ଅନେକ ଥର କହିଥିଲେ ବି ସେ କର୍ଣ୍ଣପାତ କରୁନଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଏ ସମ୍ପର୍କରେ ବରଗୋଛା ପିଇଓ ନରେନ୍ଦ୍ର କ୍ଷେତିଙ୍କୁ ପଚାରିବାରୁ ମୁଁ ୩ ଦିନ ହେଲା ବରଗୋଛାରେ ଯୋଗ ଦେଇଛି। ଏ ସମ୍ପର୍କରେ ମୁଁ ବୁଝାବୁଝି କରି ଯେତେ ଶୀଘ୍ର ସମ୍ଭବ ଉକ୍ତ ପ୍ରକଳ୍ପକୁ କାର୍ଯ୍ୟକ୍ଷମ କରିବାକୁ ଚେଷ୍ଟା କରିବି ବୋଲି କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe