କୋଣାର୍କ: କୋଣାର୍କରେ ଦେଶବିଦେଶ ପର୍ଯ୍ୟଟକ ଓ ସ୍ଥାନୀୟ ଲୋକମାନଙ୍କ ପିଇବା ପାଣିର ସମସ୍ୟା ଦୂର କରିବା ପାଇଁ କୋଣାର୍କ ଏନ୍ଏସିର ୧୩ ଟି ୱାର୍ଡର ବିଭିନ୍ନ ସ୍ଥାନରେ ୨୦୧୯/୨୦ ମସିହାରେ କୋଣାର୍କ ଏନ୍ଏସି ସହଯୋଗ ‘ଓରେଡା’ ପକ୍ଷରୁ କୋଣାର୍କ ମୁଖ୍ୟବଜାର ସମେତ ବିଭିନ୍ନ ସ୍ଥାନର ୪୦ ଟି ସୌରଚାଳିତ ଉନ୍ନତମାନର ଥଣ୍ଡା ପାନୀୟ ଜଳ କିଓସ୍କ ସ୍ଥାପନ କରାଯାଇଥିଲି। ବର୍ତ୍ତମାନ ଏହି କିଓସ୍କା ଗୁଡିକ ମଧ୍ୟରୁ ୩୦ରୁ ଊର୍ଦ୍ଧ୍ୱ କିଓସ୍କ ପରିଚାଳନାଗତ ଅପରାଗତାରୁ ସମ୍ପୂର୍ଣ୍ଣ ଅଚଳ ହୋଇ ପଡ଼ିଛି। ଏପରିକି ଖୋଦ୍ କୋଣାର୍କ ଏନ୍ଏସି ଅଧ୍ୟକ୍ଷାଙ୍କ ୩ ନମ୍ୱର୍ ୱାର୍ଡର ମୁଳିସାହି ଓ ଗାଗପୂରୁ ଗ୍ରାମରେ ଏହି ସୌରଚାଳିତ ଉନ୍ନତମାନର ଥଣ୍ଡା ପାନୀୟ ଜଳ କିଓସ୍କ ସ୍ଥାପନ ହେବା ଦିନଠାରୁ କାର୍ଯ୍ୟକ୍ଷମ ହୋଇପାରିନାହିଁ। ଆଗକୁ ଗ୍ରୀଷ୍ମ ପ୍ରବାହକୁ ନେଇ ପ୍ରବଳ ଗରମ ଅନୁଭୂତ ହେବା ଆଶଙ୍କା ଥିବା ପାଣିପାଗ ବିଭାଗ ସୂଚନା ଦେଇଥିଲା ବେଳେ ପର୍ଯ୍ୟଟନ କ୍ଷେତ୍ର କୋଣାର୍କରେ ଆଗାମୀ ଗ୍ରୀଷ୍ମ ଦିନରେ ପର୍ଯ୍ୟଟକମାନେ ପିଇବା ପାଣି ପାଇଁ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେବା ଆଶଙ୍କା ଦେଖାଦେଇପାରେ । ଏନେଇ ତୁରନ୍ତ ଜିଲ୍ଲା ପ୍ରଶାସନ ଦୃଷ୍ଟି ଦେଇ ପଦକ୍ଷେପ ନେବାକୁ ସାଧାରଣରେ ଦାବି ହୋଇଛି ।
କୋଣାର୍କରେ ସୌରଚାଳିତ ପାନୀଳଜଳ କିଓସ୍କ: ୪୦ରୁ ୩୦ଟି ଅଚଳ, ଏବେଠୁ ପାନୀୟ ଜଳ ସଙ୍କଟ
Advertisment
Follow Us