ଘରେ ପଶି ଯବାନଙ୍କ ପତ୍ନୀଙ୍କୁ ହାଣିଲେ: ଲୁଟିନେଲେ ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର

Advertisment

ଘରେ ପଶି ସିଆର୍‌ପିଏଫ୍‌ ଯବାନଙ୍କ ପତ୍ନୀଙ୍କୁ ହାଣି ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର ଲୁଟି ନେଇଛନ୍ତି ଦୁର୍ବୃତ୍ତ। ଏପରି ଏକ ଘଟଣା ଘଟିଛି ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଲକ୍‌ରେ। ସୂଚନା ଅନୁସାରେ; ଗତକାଲି ରାତିରେ ଦୁଇଜଣ ଦୁର୍ବୃତ୍ତ ବାସୁଦେବପୁର...

ଘରେ ପଶି ସିଆର୍‌ପିଏଫ୍‌ ଯବାନଙ୍କ ପତ୍ନୀଙ୍କୁ ହାଣି ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର ଲୁଟି ନେଇଛନ୍ତି ଦୁର୍ବୃତ୍ତ। ଏପରି ଏକ ଘଟଣା ଘଟିଛି ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଲକ୍‌ରେ। ସୂଚନା ଅନୁସାରେ; ଗତକାଲି ରାତିରେ ଦୁଇଜଣ ଦୁର୍ବୃତ୍ତ ବାସୁଦେବପୁର...

sfsfcxddf

ବାସୁଦେବପୁର: ଘରେ ପଶି ସିଆର୍‌ପିଏଫ୍‌ ଯବାନଙ୍କ ପତ୍ନୀଙ୍କୁ ହାଣି ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର ଲୁଟି ନେଇଛନ୍ତି ଦୁର୍ବୃତ୍ତ। ଏପରି ଏକ ଘଟଣା ଘଟିଛି ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଲକ୍‌ରେ। ସୂଚନା ଅନୁସାରେ; ଗତକାଲି ରାତିରେ ଦୁଇଜଣ ଦୁର୍ବୃତ୍ତ ବାସୁଦେବପୁର ବ୍ଲକ୍‌ ନାୟକାଣିଡିହି ଗ୍ରାମ ପ୍ରଧାନସାହିସ୍ଥିତ ସିଆର୍‌ପିଏଫ୍‌ ଯବାନ ହୃଷୀକେଶ ସାହୁଙ୍କ ଘରର କବାଟ ଭାଙ୍ଗି ଘର ଭିତରକୁ ପଶିଥିଲେ। ହୃଷୀକେଶଙ୍କ ପତ୍ନୀ ଲକ୍ଷ୍ମୀପ୍ରିୟା ଶୋଇଥିବା ଘରେ ଲୁଟେରାମାନେ ପଶିବାରୁ ଶବ୍ଦ ଶୁଣି ସେ ଉଠିପଡ଼ିବାରୁ ତାଙ୍କୁ ଭୁଜାଲିରେ ହାଣି ପକାଇଥିଲେ। ଚିତ୍କାର ଶୁଣି ଅନ୍ୟ ରୁମ୍‌ରେ ଶୋଇଥିବା ହୃଷୀକେଶ ଉଠିଥିଲେ। ତେବେ ଦୁର୍ବୃତ୍ତମାନେ ପ୍ରାୟ ୧୦ ଲକ୍ଷ ଟଙ୍କାର ସୁନାଗହଣା ନେଇ ପଳାଇ ଯାଇଥିଲେ। ଗୁରୁତର ଲକ୍ଷ୍ମୀପ୍ରିୟାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରି ହୃଷୀକେଶ ନାୟକାଣିଡିହି ଥାନାରେ ଅଭିଯୋଗ କରିଛନ୍ତି। ପୁଲିସ ଏକ ମାମଲା ରୁଜୁ କରି ସନ୍ଧାନୀ କୁକୁର ଓ ସାଇଣ୍ଟିଫିକ୍‌ ଟିମ୍‌ ସହାୟତାରେ ତଦନ୍ତ ଚଳାଇଛି।

ଅନ୍ୟପଟେ ଏହି ଥାନା ଅଧୀନ ବାକି ଦୁଇଟି ଘରୁ ମଧ୍ୟ ଲୁଟ୍‌ ହୋଇଛି। ଗରୁଡ଼ ଗାଁର ରବୀନ୍ଦ୍ର ମହାନ୍ତିଙ୍କ ଘରେ ପଶି ଲୁଟେରାମାନେ ସୁନାଚେନ୍‌ ଓ ଅନ୍ୟ ଅଳଙ୍କାର ସହ ନଗଦ ୭ ହଜାର ଟଙ୍କା ନେଇଯାଇଛନ୍ତି।  ଲୁଟେରାଙ୍କ ଆକ୍ରମଣରେ ରବୀନ୍ଦ୍ର ଆହତ ହୋଇଛନ୍ତି। ସେହିପରି ସେହି ଗ୍ରାମର ବ୍ରହ୍ମାନନ୍ଦଙ୍କ ଘରେ ପଶି ଅଳଙ୍କାର ନେଇଯାଇଥିବା ଜଣାପଡ଼ିଛି। ଏନେଇ ଉଭୟ ରବୀନ୍ଦ୍ର ଓ ବ୍ରହ୍ମାନନ୍ଦ ଥାନାରେ ଅଭିଯୋଗ କରିଥିବା ବେଳେ ପୁଲିସ ତଦନ୍ତ ଚଳାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe